ରାଂଚି: ୧୦ କିଲୋ ଗଞ୍ଜେଇ ଓ ୯ କିଲୋ ଭାଙ୍ଗ ଖାଇ ଯାଇଛନ୍ତି ମୂଷାପଲ । ଅଦାଲତଙ୍କ ନିକଟରେ ଏହି ବିଷୟ ପ୍ରକାଶ କରିଛି ଝାଡ଼ଖଣ୍ଡ ଜିଲ୍ଲାର ଧାନବାଦ ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ଜବତ ଅବକାରୀ ସାମଗ୍ରୀ ସାଧାରଣତଃ ଥାନା ଗୋଦାମରେ ଜମା ରହିଥାଏ ।
ସୂଚନା ମୁତାବକ, ୨୦୧୮ ଡିସେମ୍ବର ୧୪ ତାରିଖରେ ଧାନବାଦ ପୁଲିସ ଅଭିଯୁକ୍ତ ଶମ୍ଭୁ ଅଗ୍ରୱାଲ ଓ ତାଙ୍କ ପୁଅ ନିକଟରୁ ୧୦ କିଲୋ ଗଂଜେଇ ଓ ୯ କିଲୋ ଭାଙ୍ଗ ଜବତ କରିଥିଲେ । ମାମଲାର ବିଚାର କରୁଥିବା ସମୟରେ ଦୌରାଜଜ ଜଷ୍ଟିସ୍ ରାମ ଶର୍ମା ତଦନ୍ତକାରୀ ପୁଲିସ ଅଧିକାରୀ ଜୟପ୍ରକାଶ ପ୍ରସାଦଙ୍କୁ ଜବତ ସାମଗ୍ରୀ ସହିତ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜୟପ୍ରକାଶ ଅଦାଲତରେ ହାଜର ହୋଇ ଜବତ ସାମଗ୍ରୀକୁ ମୂଷାପଲ ନଷ୍ଟ କରିଥିବା ବିଷୟ ଜଣାଇଥିଲେ । ଏଭଳି ଘଟଣା ପ୍ରଥମ ନୁହେଁ, ୨୦୨୩ ଜୁଲାଇରେ ମୂଷାପଲ ଥାନା ଗୋଦାମରେ ରଖା ଯାଇଥିବା ୨୨ କିଲୋ ଗଂଜେଇ ଖାଇ ଯାଇଥିବା ବିଷୟ ସାମ୍ନାକୁ ଆସିଥିଲା । ତକ୍ରାଳୀନ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରୁ ଖଲାସ ହୋଇଥିଲେ ।