ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ନୋଟିସ୍

ଅମରାବତୀ: ଏକ ଜନସଭାରେ ତେଲୁଗୁ ଦେଶମ ପାର୍ଟି ମୁଖିଆ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ମୁକେଶ କୁମାର ମୀନା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡିଙ୍କ ନିକଟକୁ ନୋଟିସ୍‌ ପଠାଇଛନ୍ତି ।

ଜଗନ ମୋହନ ରେଡ୍ଡିଙ୍କ ନିକଟରୁ ୪୮ ଘଂଟା ଭିତରେ କୈଫିୟତ ତଲବ କରାଯାଇଛି । ନୋଟିସକୁ ଅବମାନନା କଲେ; ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ତେଲୁଗୁ ଦେଶମ ପାର୍ଟି ପକ୍ଷରୁ କରାଯାଇଥିବା ଅଭିଯୋଗ ପ୍ରତି ବିଚାର କରି ରାଜ୍ୟ ନିର୍ବାଚନ ଅଧିକାରୀ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।