ଧରାପଡ଼ିଲେ ୭ ଜଣିଆ ବନ୍ୟପ୍ରାଣୀ ମାଫିଆ

ମୋହନା: ବନ୍ୟପ୍ରାଣୀଙ୍କୁ ମାରି ସେମାନଙ୍କ ଦେହାବଶେଷକୁ ବେଆଇନ ଚାଲାଣ କରୁଥିବା ଏକ ୭ ଜଣିଆ ରାକେଟ୍‌କୁ ଧରିବାକୁ ସକ୍ଷମ ହୋଇଛି ରାଜ୍ୟ ବନ ବିଭାଗ । ଧରାପଡ଼ିଥିବା ଅପରାଧିକ ଗୋଷ୍ଠୀ ରାଜ୍ୟ-ରାଜ୍ୟ ଭିତରେ ବେପାର କରୁଥିଲେ । ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦଙ୍କ ସୂଚନା ମୁତାବକ ଗୁପ୍ତ ସୂଚନା ପାଇ ଏକାଧିକ ଡିଏଫଓ ମିଳିତ ଅଭିଯାନ ଚଳାଇ ଏକାଧିକ ସ୍ଥାନରୁ ମୋଟ ୫ଟି ଚିତାବାଘ ଚମଡ଼ା, ଗୋଟିଏ କଲରା ପତରିଆ ଚମଡ଼ା, ଗୋଟିଏ ଓଧ ଚମଡ଼ା ଓ ୩୦ଟି ବଜ୍ରକାପ୍ତା ଛାଲ ଜବତ କରିଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣେ ଶିକାରୀ ଓ ଅନ୍ୟମାନେ ଦଲାଲ ବୋଲି ଜାଣିବାକୁ ପାଇଛି ବନ ବିଭାଗ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ ଜବତ କରାଯାଇଛି ।