ପତ୍ନୀଙ୍କୁ ମାରି ୨୦୦ ଖଣ୍ଡ କଲା ନୃଶଂସ ପତି

ମଣିଷ ହିତାହିତ ଜ୍ଞାନ ହରାଇ ଏପରି ଅପରାଧ କରିବସନ୍ତି ଯାହା କଳ୍ପନା କରିବା ମୁସ୍କିଲ । ବ୍ରିଟେନର ଜଣେ ବ୍ୟକ୍ତି ପତ୍ନୀଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ପ୍ରାୟ ୨୦୦ ଖଣ୍ଡ କରି କାଟିବା ପରେ ସେଗୁଡ଼ିକୁ ୭ ଦିନ ଧରି ସାଇତି ରଖିବା ଓ ଅଳ୍ପ ଅଳ୍ପ କରି ନଦୀରେ ପକାଇବା ଭଳି ଘଟଣା ଅନେକଙ୍କୁ ବ୍ୟଥିତ କରିଛି ।

ଅଭିଯୁକ୍ତ ନିକୋଲାସ ମେଟସନ୍‌ ଧରାପଡ଼ିବା ପରେ ଆପଣା ଦୋଷ ସ୍ୱୀକାର କରିଛି । ମେଟସନ୍‌ ପତ୍ନୀଙ୍କୁ ମାରିଦେବା ପରେ ଗାଧୁଆ ଘରେ ଖଣ୍ଡ ଖଣ୍ଡ କରି କାଟିଥିଲେ । ସେଗୁଡ଼ିକୁ ପ୍ଲାଷ୍ଟିକ ବ୍ୟାଗରେ ପୁରାଇ ରୋଷେଇ ଲାର୍ଡରରେ ସାଇତି ରଖିଥିଲେ । ପତ୍ନୀଙ୍କ ଖଣ୍ଡିତ ଦେହାବଶେଷକୁ ନଦୀରେ ପକାଇବା ଭଳି କାମରେ ସହାୟତା କରିବା ପାଇଁ ତାଙ୍କର ଜଣେ ବନ୍ଧୁକୁ ୫୦ ପାଉଣ୍ଡ ଦେଇଥିଲେ ।

ଜଣେ ପ୍ରାତଃ ଭ୍ରମଣକାରୀଙ୍କ ଦୃଷ୍ଟି ନଦୀରେ ଭାସମାନ ପ୍ଲାଷ୍ଟିକ ବ୍ୟାଗ ଉପରେ ପଡ଼ିଥିଲା । ଗୋଟିଏ ବ୍ୟାଗରେ ମଣିଷ ହାତ, ଆଉ ଗୋଟିଏ ବ୍ୟାଗରେ ମଣିଷ ମୁଣ୍ଡ ଦେଖିବାକୁ ପାଇ ସେ ପୁଲିସକୁ ଖବର ଦେଇଥିଲେ ।

ମୃତ ମହିଳାଙ୍କର ୨୨୪ ଖଣ୍ଡିତ ଅଂଶକୁ ଠାବ କରାଯିବା ପରେ ଆହୁରି କିଛି ଦେହାବଶେଷ ମିଳି ନଥିବା କଥା କହୁଛି ପୁଲିସ । ମାତ୍ର ୧୬ ହେଲା ସେମାନଙ୍କର ବିବାହ ହୋଇଥିଲା ବୋଲି ମୃତ ଯୁବତୀଙ୍କ ମା’ କହିଛନ୍ତି । ଅଭିଯୁକ୍ତ ମେଟସନ୍‌ ପତ୍ନୀଙ୍କ ହିଂସାତ୍ମକ କାର୍ଯ୍ୟକଳାପର ଶିକାର ହୋଇ ଏପରି କରିଥିବା ମାନିଛି ।