ପାରାଦୀପ ମାଛ ଗୋଦାମରେ ବିରଳ ତେଲିଆ ମାଛକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି

ପାରାଦୀପ: ଓଡ଼ିଶାର ପାରାଦୀପ ଅଂଚଳରେ ବିରଳ ପ୍ରଜାତିର ତେଲିଆ ମାଛକୁ ପ୍ରାୟ ୧୮ ଲକ୍ଷ ଟଙ୍କାରେ ବିକିଛନ୍ତି କିଛି ମାଛଧରାଳି । ସାଧାରଣତଃ ଗଭୀର ସମୁଦ୍ରରେ ତେଲିଆ ମାଛକୁ ଦେଖିବାକୁ ମିଳିଥାଏ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ମାଛଜାଲରେ ପଡ଼ିଥିବା ୧୭ଟି ତେଲିଆ ମାଛର ହାରାହାରି ଓଜନ ପ୍ରାୟ ୩ କ୍ୱିଂଟାଲ ହେବ । ସୋମବାର ରାତିରେ ମାଛଗୁଡ଼ିକୁ ଧରି କୂଳରେ ପହଂଚିଥିଲେ ଧୀବର ପଲ ।

ଆଜି ସକାଳେ ପାରାଦୀପ ମାଛ ଗୋଦାମରେ ସେଗୁଡ଼ିକର ନିଲାମ କରାଯାଇଥିଲା । ନିଲାମ ଧରିଥିବା ବ୍ୟବସାୟୀ ପ୍ରାୟ ୧୮ ଲକ୍ଷ ଟଙ୍କା ଜମା କରିଛନ୍ତି । ଔଷଧ ବଜାରରେ ତେଲିଆ ମାଛର ଚାହିଦା ଯଥେଷ୍ଟ ଅଧିକ । ତେଲିଆ ମାଛର ଚର୍ବିରୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରାଯାଏ ।