୨୦୦କୃଷକ ଆସନ୍ତା ୨୨ରୁ ସଂସଦ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବେ

ନୂଆଦିଲ୍ଲୀ: ଆସନ୍ତା ୨୨ରୁ ୨୦୦ କୃଷକ ସଂସଦ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏନେଇ ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କହିଛନ୍ତି । ଯଦି କେନ୍ଦ୍ର କୃଷି ଆଇନ ଉପରେ ଆଲୋଚନା ଚାହୁଁଛି, ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ଯଦି ଆଲୋଚନା ନହୁଏ କିମ୍ବା ଫଳାଫଳ ମିଳିବ ନାହିଁ, ତେବେ ଆସନ୍ତା ଜୁଲାଇ ୨୨ରୁ ୨୦୦ କୃଷକ ସଂସଦ ନିକଟରେ ବିକ୍‌ଷୋଭ ପ୍ରଦର୍ଶନ କରିବେ ବୋଲି ଟିକାୟତ କହିଛନ୍ତି । ଟିକାୟତ ଏହା ପୂର୍ବରୁ କହିଥିଲେ ଯେ, କୃଷକମାନେ ବିବାଦୀୟ କୃଷି ଆଇନ ଉପରେ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତୁତ, କିନ୍ତୁ ସର୍ତ୍ତ ବିନା ଆଲୋଚନା ହେବା ଉଚିତ ।