ତୃତୀୟ ଲହର ମୁକାବିଲା ଲାଗି ମଜଭୁତ ସ୍ଥିତିରେ ଭାରତ

ନୂଆଦିଲ୍ଲୀ : ଦେଶରେ ଯଦି କରୋନା ସଂକ୍ରମଣ ତୃତୀୟ ଲହର ପ୍ରକୋପ କରେ ତେବେ ଏହାର ମୁକାବିଲା ଲାଗି ଦେଶର ସ୍ଥିତି ଏବେ ମଜଭୁତ ଅଛି । ଏହା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ଡା. ରାଜୀବ କୁମାର । ମହାମାରୀ ମୁକାବିଲା ଲାଗି ରାଜ୍ୟମାନେ ମଧ୍ୟ ପୂର୍ବ ସଂକ୍ରମଣରୁ ବେଶ ଶିକ୍ଷା ନେଇଛନ୍ତି । ଯଦି ତୃତୀୟ ଲହରର ପ୍ରକୋପ ଆସେ ତେବେ ଏହା ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି ।
ଲଗାତାର କରୋନା ଭାଇରସ ମହାମାରୀ ଲାଗି ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । ଏଣୁ ସରକାର ଯଦି ଚାହିଁବେ ଅଧିକ ଋଣ ନେଇପାରିବେ । ଏହା ଦ୍ୱାରା ଦେଶକୁ ଘରୋଇ ନିବେଶର ମାର୍ଗ ଉନ୍ମୁକ୍ତ ହୋଇପାରିବ ବୋଲି ଡା. ରାଜୀବ କୁମାର କହିଛନ୍ତି । ସେହିପରି ଦେଶର ଆର୍ଥିକ ଅଭିବୃଦ୍ଧି ସମ୍ଭାବନା ମଧ୍ୟ ବେଶ ଭଲ ରହିଛି ।