ରାଷ୍ଟ୍ରୀୟ ସ୍ବଚ୍ଛ ଗଙ୍ଗା ମିଶନ (ଏନଏମସିଜି) ର କାର୍ଯ୍ୟନିର୍ବାହୀ କମିଟିର ୫୦ ତମ ବୈଠକ ରାଷ୍ଟ୍ରୀୟ ସ୍ବଚ୍ଛ ଗଙ୍ଗା ମିଶନର ମହାନିର୍ଦ୍ଦେଶକ ଶ୍ରୀ ଜି. ଅଶୋକ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କରାଯାଇଛି ଯେଉଁଠାରେ ପ୍ରାୟ ୬୯୨ କୋଟି ଟଙ୍କାର ନିବେଶରେ ସାତଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସାତଟି ପ୍ରକଳ୍ପରେ ଚାରିଟି ଉତ୍ତର ପ୍ରଦେଶ ଏବଂ ବିହାରରେ ସିୱେଜ୍ ପରିଚାଳନା ସମ୍ବନ୍ଧିତ ଅଟେ। ଏନଏମସିଜି ଏପର୍ଯ୍ୟନ୍ତ ପ୍ରାୟ ୩୮,୧୨୬ କୋଟି ଟଙ୍କାର ନିବେଶ ସହିତ ସମୁଦାୟ ୪୫୨ ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି, ଯେଉଁଥିରୁ ୨୫୪ ଟି ସମ୍ପୂର୍ଣ୍ଣ ହୋଇ ସାରିଛି।
ଉତ୍ତର ପ୍ରଦେଶରେ ସିୱେଜ୍ ପରିଚାଳନା ପାଇଁ ୬୬୧.୭୪ କୋଟି ଟଙ୍କାର ନିବେଶରେ ୩ ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ୍) ଅନ୍ତର୍ଗତ ଇଣ୍ଟରସେପ୍ସନ ଏବଂ ଡାଇଭର୍ସନ (ଆଇ ଆଣ୍ଡ ଡି) କାର୍ଯ୍ୟ ସହିତ ଲକ୍ଷ୍ମୌ ରେ ୧୦୦ ମିଲିୟନ ଲିଟର ପ୍ରତି ଦିନ (ଏମଏଲଡି) ଏସଟିପିର ନିର୍ମାଣ ସାମିଲ୍ ଅଟେ। ଦରିୟାବାଦ ପିପଲଘାଟ ଏବଂ ଦରିୟାବାଦ କକହରାଘାଟ ନାଳର ବାଲାନ୍ସ ଡିସଚାର୍ଜ କୁ ଆଇଆଣ୍ଡ ଡି ଏବଂ ପ୍ରୟାଗରାଜରେ ୫୦ ଏମଏଲଡି ଏସଟିପିର ନିର୍ମାଣ ପାଇଁ ଏକ ଅନ୍ୟ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପର ନିବେଶ ପ୍ରାୟ ୧୮୬.୪୭ କୋଟି ଟଙ୍କା ଅଟେ, ଯଦ୍ବାରା ପ୍ରୟାଗରାଜରେ ସିୱରେଜ୍ ଜିଲ୍ଲା ଗୁଡ଼ିକରେ ନୈନି ଏସଟିପିର ବର୍ତ୍ତମାନର ଶୋଧନ କ୍ଷମତା ୮୦ ଏମଏଲଡି ପର୍ଯ୍ୟନ୍ତ ବୃଦ୍ଧି ହେବ। ଏକ ଛୋଟ ପ୍ରକଳ୍ପରେ ହାପୁରରେ 6 ଏମଏଲଡି ଏସଟିପି, ଆଇ ଆଣ୍ଡ ଡି ଏବଂ ଅନ୍ୟ କାର୍ଯ୍ୟକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି ଯଦ୍ବାରା ହାପୁର ସହର ର ନାଳର ପ୍ରବାହକୁ କାଳୀ ନଦୀରେ ଅଟକା ଯାଇପାରିବ ଯାହା ଗଙ୍ଗା ନଦୀର ଏକ ସହାୟକ ନଦୀ ଅଟେ।
ବିହାରର ରକ୍ସଲ୍ ସହର ପାଇଁ ୫୦ ତମ କାର୍ଯ୍ୟକାରିଣୀ ସମିତି ବୈଠକରେ ପିପରା ଘାଟ ନଳା ଏବଂ ଛଠିଆ ଘାଟ ନଳାର ଆଇ ଆଣ୍ଡ ଡି କାର୍ଯ୍ୟ ସହିତ ଏହାର ଲାଭ ନେବା ପାଇଁ ୭୪.୬୪ କୋଟି ଟଙ୍କାର ଆନୁମାନିକ ନିବେଶ ଉପରେ ଦୁଇ ଏସଟିପି (୫ ଓ ୭ ଏମଏଲଡି) କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ସିରସିଆ ନଦୀରେ ପ୍ରଦୂଷଣକୁ କମ୍ କରିବ ଯାହା ନେପାଳରୁ ବାହାରି ଥାଏ ଏବଂ ପୂର୍ବ ଚମ୍ପାରଣ ଜିଲ୍ଲାର ରକ୍ସଲରେ ବିହାରରେ ପ୍ରବେଶ କରିଥାଏ।
ସହରୀ କ୍ଷେତ୍ରରେ ଜଳର ପ୍ରଭାବୀ ପରିଚାଳନା ପାଇଁ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପରେ ଦୁଇଟି ପର୍ଯ୍ୟାୟରେ ୬୦-୭୦ ସହର ନଦୀ ପରିଚାଳନା ଯୋଜନା (ୟୁଆରଏମପି) ର ପ୍ରସ୍ତୁତି ପାଇଁ ପରିକଳ୍ପନା ଥିବା ଏକ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହାର ନିବେଶ ପ୍ରାୟ ୨୦ କୋଟି ଟଙ୍କା ଅଟେ। ପ୍ରଥମ ବର୍ଷ ସମୟରେ, ୨୫ ୟୁଆରଏମପି ପ୍ରସ୍ତୁତ କରାଯିବ ଏବଂ ଦ୍ବିତୀୟ ବର୍ଷ ସମୟରେ ୩୫ ୟୁଆରଏମପି ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ ମୁଖ୍ୟ ଗଙ୍ଗା ବେସିନ୍ ରାଜ୍ୟକୁ ୨୫ ସହର- ଉତ୍ତରାଖଣ୍ଡରେ ଦେହରାଦୁନ, ହରିଦ୍ବାର, ଋଷିକେଶ, ହଳଦୀୱାନି ଏବଂ ନୈନିତାଲ୍, ଉତ୍ତର ପ୍ରଦେଶରେ ଲକ୍ଷ୍ମୌ, ବାରଣାସୀ, ଆଗ୍ରା, ସାହରନପୁର ଏବଂ ଗୋରଖପୁର, ବିହାରରେ ପାଟନା, ଦରଭଙ୍ଗା, ଗୟା, ପୂର୍ଣ୍ଣିଆ ଏବଂ କଟିହାର, ଝାଡ଼ଖଣ୍ଡରେ ରାଞ୍ଚି, ଆଦିତ୍ୟପୁର, ମେଦିନିନଗର , ଗିରଡିହ ଏବଂ ଧାନବାଦ ଏବଂ ପଶ୍ଚିମବଙ୍ଗରେ ଆସାନସୋଲ, ଦୁର୍ଗାପୁର, ସିଲିଗୁଡ଼ି, ନବଦୀପ ଏବଂ ହାଓଡ଼ାକୁ ସାମିଲ୍ କରାଯିବ। ଏହି ପ୍ରକଳ୍ପ ନମାମି ଗଙ୍ଗେ ଅନ୍ତର୍ଗତ ନଦୀ-ସହର ସଂଯୋଜନ (ଆରସିଏ) ର ଅଂଶ ଅଟେ, ଯାହା ସରକୁ ସହଯୋଗ କରିବାର ଅବସର ପ୍ରଦାନ କରିଥାଏ, ଏହି ପ୍ରକାର ଜ୍ଞାନ ଭାଗିଦାରୀ ର ମାର୍ଗ ପ୍ରଶସ୍ତ କରିଥାଏ ଯାହା ପରିବର୍ତ୍ତନକାରୀ ସମାଧାନ ହେବ। ଏହି ପ୍ରକଳ୍ପ ବିଶ୍ବ ବ୍ୟାଙ୍କ ଦ୍ବାରା ଆର୍ଥିକ ସହାୟତା ପ୍ରଦାନ କରାଯିବ। ୨୦୨୧ ରେ ୩୦ ସଦସ୍ୟରୁ ଆରମ୍ଭ ହୋଇଥିବା ଆରସିଏ ରେ ଏବେ ଆନ୍ତର୍ଜାତୀୟ ସହର ସହିତ ୧୪୦ ରୁ ଅଧିକ ସଦସ୍ୟମାନେ ରହିଛନ୍ତି।
ଗଙ୍ଗା ଆକ୍ବାଲାଇଫ୍ କଞ୍ଜରଭେସନ ମନିଟରିଂ ସେଣ୍ଟର, ଭାରତୀୟ ବନ୍ୟଜୀବ ସଂସ୍ଥାନ, ଦେହରାଦୁନରେ ୧୦ ବର୍ଷ ପାଇଁ ୬.୮୬ କୋଟି ଟଙ୍କା ଆନୁମାନିକ ନିବେଶରେ ମଧୁର ପାଣିର ଇକୋଲୋଜି ଓ ସଂରକ୍ଷଣରେ ଏମଏସସି ପାଠ୍ୟକ୍ରମ ର ପ୍ରାରମ୍ଭ କରିବାର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହା ଏହି କ୍ଷେତ୍ରରେ ପ୍ରଥମ ପ୍ରକଳ୍ପ ଅଟେ। ଏହି ପ୍ରସ୍ତାବର ଉଦ୍ଦେଶ୍ୟ ଭାରତରେ ମଧୁର ଜଳର ସମ୍ବଳ ଏବଂ ଏହାର ଜୈବ ବିବିଧତାକୁ ଉତ୍ତମ ପରିଚାଳନା ପାଇଁ ମଧୁର ଜଳ ର ଇକୋଲୋଜିରେ ବିଶେଷଜ୍ଞତା ସହିତ ଇକୋଲୋଜି ଓ କ୍ଷେତ୍ରର ଜୈବବିବିଧତାର ଏକ କାଡ଼ର ବିକାଶ କରିବା ଅଟେ। ଏହି ପ୍ରକଳ୍ପ ମଧୁର ଜଳର ଇକୋଲୋଜି ଓ ସଂରକ୍ଷଣ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନ ଏବଂ ଦକ୍ଷ ପେଶାଦାରଙ୍କ ଆବଶ୍ୟକତାକୁ ପୂରଣ କରିଥାଏ।ଏହାର ଉଦ୍ଦେଶ୍ୟ ଭାରତରେ ମଧୁର ଜଳର ଇକୋ ସିଷ୍ଟମକୁ ପ୍ରଭାବୀ ଭାବରେ ପରିଚାଳନା ଏବଂ ସଂରକ୍ଷିତ କରିବା ପାଇଁ କ୍ଷେତ୍ରର ଗବେଷଣାକାରୀ ଓ ଇକୋଲୋଜିଷ୍ଟଙ୍କୁ ଏକ ନୂତନ ପୀଢ଼ିକୁ ପ୍ରଶିକ୍ଷିତ କରିବା। ଏହି ପ୍ରକଳ୍ପ ମଧୁର ଜଳର ଇକୋଲୋଜି ଓ ସଂରକ୍ଷଣରେ ଚାରି ସେମିଷ୍ଟରରର ଦୁଇ ବର୍ଷିଆ ଏମଏସସି ପାଠ୍ୟକ୍ରମକୁ ଉପସ୍ଥାପନ କରିବ। ପାଠ୍ୟକ୍ରମରେ ମଧୁର ଜଳର ଇକୋସିଷ୍ଟମ, ଏହାର ଜୈବ ବିବିଧତା ଏବଂ ଏହି ଇକୋସିଷ୍ଟମରେ ପ୍ରେରକର ପ୍ରଭାବର ବିଭିନ୍ନ ଦିଗକୁ ସାମିଲ୍ କରାଯିବ। ପଶ୍ଚିମବଙ୍ଗର ବରକୋଲା, ଖଡ଼ଗପୁରରେ ଏକ ବିଦ୍ୟୁତ ଶବଦାହ ଗୃହର ନିର୍ମାଣ ଏକ ପ୍ରକଳ୍ପକୁ ମଧ୍ୟ କାର୍ଯ୍ୟକାରୀ ସମିତିର 50ତମ ବୈଠକରେ ମଞ୍ଜୁରୀ ଦିଆ ଯାଇଛି।
ଏନଏମସିଜି ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରଶାସନ) ଶ୍ରୀ ଏସ୍ ପି ବୈଷ୍ଣବ, ଏନଏମସିଜିର କାର୍ଯ୍ୟକାରୀ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଭାସ୍କର ଦାଶଗୁପ୍ତା, ଏନଏମସିଜି ର କାର୍ଯ୍ୟକାରୀ ନିର୍ଦ୍ଦେଶକ (ପ୍ରଯୁକ୍ତି) ଶ୍ରୀ ଡି.ପି. ମଥୁରିଆ, ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗର ସଂଯୁକ୍ତ ସଚିବ ଏବଂ ଆର୍ଥିକ ପରାମର୍ଶଦାତା ସୁଶ୍ରୀ ରୁଚା ମିଶ୍ର ଏବଂ ସଂପୃକ୍ତ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ବୈଠକରେ ସାମିଲ୍ ହୋଇଥିଲେ।