ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷର ମିସାଇଲ ମାଡରେ ୟୁକ୍ରେନର ଅନେକ ସହର ଛାରଖାର ମଧ୍ୟ ହୋଇଗଲାଣି । ଏହାକୁ ଦୃଷ୍ଟିରେ ରଖି ୟୁରୋପୀୟ ସଂଘ ରୁଷ-ବେଲାରୁଷ ଉପରେ କଟକଣା ଲଗାଇବା ନେଇ ନିଷ୍ପତ୍ତି ହୋଇଛି । ୟୁରୋପୀୟ ୟୁନିୟନ ସଂଘ ଏହି ନୂଆ କଟକଣା ରୁଷିଆନ ସଂଘକୁ ରାଜସ୍ୱ ପ୍ରଦାନ କରୁଥିବା ପ୍ରମୁଖ ବ୍ୟବସାୟ ଉପରେ ଏହି କଟକଣା ଲଗାଯାଇଛ ।
ଏହାସହ ରୁଷର ସହଯୋଗ ସନ୍ଧିର ସରକାରୀ ନିର୍ଣ୍ଣୟକୁ ଗ୍ରୀନ ସିଗନାଲ ଦେଇଥିବା ରୁଷି ସଂଘୀୟ ପରିଷଦର ୧୪୬ ସଦସ୍ୟଙ୍କ ଉପରେ ବି କଟକଣା ଲଗାଯାଇଛି । ସେହିପରି ଏହା ସହିତ ୟୁରୋପୀୟ ୟୁନିୟନ ସଂଘ ବେଲାରୁଷର ୩ ବ୍ୟାଙ୍କ ଏବଂ ବେଲାରୁଷ ଗଣରାଜ୍ୟର ବିକାଶ ବ୍ୟାଙ୍କକୁ ସ୍ୱିଫ୍ଟ ସିଷ୍ଟମରୁ ଅଲଗା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।