ଗାନ୍ଧଡା ଗୁଡି ଟ୍ରେଲର ରିଲିଜ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପିଏଇବି ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ପରିବେଶ ସଂରକ୍ଷଣ ପାଇଁ କନ୍ନଡ ଅଭିନେତା ପୁନିଥ୍‍ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କ ନିକଟରେ ଥିବା ଏକ ପ୍ରକଳ୍ପ ଗାନ୍ଧଡା ଗୁଡିର ଟ୍ରେଲର ରିଲିଜ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସ୍ୱର୍ଗତ ପୁନିଥ୍‍ ରାଜକୁମାର ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରନ୍ତି ।

କନ୍ନଡ ଅଭିନେତା ସ୍ୱର୍ଗତ ପୁନିଥ୍‍ ରାଜକୁମାରଙ୍କ ପତ୍ନୀ ଅଶ୍ୱିନୀ ପୁନିଥ୍‍ ରାଜକୁମାରଙ୍କ ଟୁଇଟ୍‍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆପୁ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରେ । ସେ ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ,, ଶକ୍ତିରେ ପରିପୂର୍ଣ୍ଣ ଏବଂ ଅଦ୍ୱିତୀୟ ପ୍ରତିଭାରେ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଗାନ୍ଧଡା ଗୁଡି ମାତା ପ୍ରକୃତି, କର୍ଣ୍ଣାଟକର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପରିବେଶ ସଂରକ୍ଷଣ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ଏହି ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।”