ଏମ୍ସ ନିଯୁକ୍ତି ଦୁର୍ନୀତି: ବିଜେପିକୁ ସିଆଇଡି ଛାଟ

‘ତୁ ତ ମୁତୁରୀ, ମୁଁ ତ ମୁତୁରୀ’

ବିଜେପିର ଇଡିକୁ ଟିଏମ୍‌ସିର ଚେକ୍‌….

କୋଲକାତା: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗ ସରକାରଙ୍କ ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ଖୋଳତାଡ଼ କରି ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀଙ୍କୁ ଜେଲରେ ପୁରାଇବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧୋବ ଫରଫର ଶାଢ଼ୀରେ ଦାଗ ଲଗାଇବାକୁ ଉଦ୍ୟମ କରିଛି । କେନ୍ଦ୍ରକୁ ଠିକଣା ଜବାବ ଦେବା ପାଇଁ ମମତାଙ୍କ ସିଆଇଡି ଛାଟ ଏବେ ଏମ୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ପଡ଼ିଛି । କଲ୍ୟାଣୀସ୍ଥିତ ଏମ୍ସରେ ନିଯୁକ୍ତି ମାମଲାର ଯାଂଚ କରି ସିଆଇଡି ଟିମ୍‌ ବିଜେପି ବିଧାୟକ ନିଳାଦ୍ରୀ ଶେଖର ଦାନାଙ୍କୁ ଅଭିଯୁକ୍ତ କରିଛି । ବିଧାୟକଙ୍କ ଝିଅଙ୍କୁ ପ୍ରାୟ ଛଅ ଘଂଟା ଧରି ଜେରା କରାଯାଇଛି ।

କୁହାଯାଉଛି, କେନ୍ଦ୍ର ସରକାରଙ୍କ ଇଡି ବାଣକୁ କାଟିବା ପାଇଁ ମମତା ସିଆଇଡିକୁ ବ୍ୟବହାର କରିଛନ୍ତି । ମମତାଙ୍କ ମତରେ ଦେଶରେ ଦୁର୍ନୀତିର ଘରୋଇକରଣ ଚାଲିଛି । ବିଜେପି ମେଂଟ ତୃଣମୂଳ କଂଗ୍ରେସରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଅପପ୍ରୟାସ ଚଳାଇଛି । ତା’ର ଜବାବ ୨୦୨୪ ସାଧାରଣ ନିର୍ବାଚନରେ ଦିଆଯିବ ।