ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ରୁଷ ସହାୟତାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ‘ଏକେ-୨୦୩ ଆସଲ୍ଟ ରାଇଫଲ ନିର୍ମାଣ ପାଇଁ ୫,୧୦୦ କୋଟିର ପ୍ରକଳ୍ପକୁ ମଞ୍ଜୁରି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶିଖର ବୈଠକ ଲାଗି ଆସନ୍ତା ଡିସେମ୍ବର ୬ ତାରିଖରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦୁଇଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି ।
ଏହି ମଞ୍ଜୁରି ହେଉଛି ବୈଶ୍ୱିକ କ୍ରୟରୁ ପ୍ରତିରକ୍ଷା ସାମଗ୍ରୀଗୁଡିକୁ ‘ମେକ୍ ଇନ୍ ଇଣ୍ଡିଆ’କୁ ସ୍ଥାନାନ୍ତରଣ କରାଯିବାର ପ୍ରତିଫଳନ । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ନିବିଡ କରିବ । ସେହିପରି, ଅନ୍ୟ ପ୍ରତିରକ୍ଷା କମ୍ପାନିଗୁଡିକ କଞ୍ଚାମାଲ୍ ଏବଂ ଉପକରଣ ଯୋଗାଇ ଦେବେ, ଯାହା ନୂତନ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ । ଉପରୋକ୍ତ ପ୍ରକଳ୍ପର ନାଁ ରଖାଯାଇଛି ‘ଇଣ୍ଡୋ-ରଷିଆନ୍ ରାଇଫଲ୍ ପ୍ରାଇଭେଟ ଲିମିଟେଡ୍’ ।