ନିର୍ବାଚନ ପ୍ରଚାରକୁ ଓହ୍ଲାଇବା କଙ୍ଗନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟ ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି । ଏବେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବାକୁ ସଂକେତ ଦେଇଛନ୍ତି । କଙ୍ଗନା ଗଣମାଧ୍ୟମକୁ କହିଛନ୍ତି କି, ସେ ନେତା ନୁହଁନ୍ତି କିନ୍ତୁ ରାଷ୍ଟ୍ରବାଦୀ ଲୋକଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାର କରିବେ । ସୂଚନା ମୁତାବକ, କଙ୍ଗନା ବୃନ୍ଦାବନର ବାଙ୍କବିହାରୀ ଦର୍ଶନ ପାଇଁ ସେଠାରେ ପହଞ୍ଚିଥିଲେ । ସେଠାରେ ସେ ପୂଜା କରିବା ପରେ ପୂଜାରୀଙ୍କଠାରୁ ଆଶୀର୍ବାଦ ନେଇଥିଲେ ।

ଗଣମାଧ୍ୟମ ପ୍ରତିନିଧିମାନେ କଙ୍ଗନାଙ୍କୁ ନିର୍ବାଚନ ପ୍ରଚାର କରିବା ନେଇ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ, ଯିଏ ରାଷ୍ଟ୍ରବାଦୀ ସେ ସେମାନଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ଯିଏ ରାଷ୍ଟ୍ରବାଦ ଉପରେ କାମ କରିବ ସେହି ନେତାଙ୍କ ସପକ୍ଷରେ ସେ ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ ବୋଲି କହିଛନ୍ତି ।