୫ ବର୍ଷର ପୁଅକୁ ୭ ଖଣ୍ଡ କଲା ସଇତାନ ବାପା

ଭୋପାଳ : ନିଜର ୫ ବର୍ଷର ପୁଅ ୭ ଖଣ୍ଡ କରିଛି ସଇତାନ ବାପା । ଏହି ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳରେ ଘଟିଛି । ଅଲିରାଜପୁର ଅଞ୍ଚଳର ଦିନେଶ ଡାବର ନାମକ ଜଣେ ବ୍ୟକ୍ତି ନିଜର ୫ବର୍ଷ ପୁଅକୁ କୁରାଢିରେ ହାଣି ହତ୍ୟା କରିଛି । ଅନ୍ଧବିଶ୍ୱାସକୁ ନେଇ ନିଜ ପୁଅକୁ କୁରାଢିରେ ହାଣି ହତ୍ୟା କରିଛି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ନିଜ ପୁଅକୁ କୁରାଢିରେ ହାଣି ହତ୍ୟା କରିବା ସହ ୭ ଖଣ୍ଡ କରିଦେଇଛି ।

ଏହି ଘଟଣାରେ ଅଭିଯୁକ୍ତ ଦିନେଶକୁ ପୋଲିସ ଗିରଫ କରିଛି । ପ୍ରକାଶ ଯେ, ଦିନେଶଙ୍କ ପତ୍ନୀଙ୍କ ଦେହ କିଛି ଦିନ ହେଲା ଖରାପ ରହିଥିଲା । ଯାହାକୁ ନେଇ ଦିନେଶ ଜଣେ ଗୁରୁମାତାଙ୍କୁ ଭେଟ କରିଥିଲେ । ଦିନେଶଙ୍କ ପାଞ୍ଚ ବର୍ଷର ପୁଅ ପୁରା ପରିବାର ପ୍ରତି ଅଶୁଭ ଏବଂ ସେଥିଲାଗି ତାଙ୍କ ପତ୍ନୀଙ୍କ ଦେହ ଖରାପ ହେଉଛି । ଏହାପରେ ସେହି କୋମଳ ଶିଶୁକୁ ମାରିବା ପାଇଁ ଗୁରୁମାତା ଜଣଙ୍କ କହିଥିଲେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।