ଓମିକ୍ରନକୁ ଚକମା ଦେବା ଟିକା!

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌): ଓମିକ୍ରୋନ ଠାରୁ ମଧ୍ୟ କ୍ରସ ପ୍ରୋଟେକ୍ସନ ହୋଇପାରେ ଟିକା । ଯାହାଦ୍ୱାରା ସଂକ୍ରମଣର ଗମ୍ଭୀରତା କମିବା ସହ ମୃତ୍ୟୁହାର କମିବ । ନିଶ୍ଚିତ ଭାବରେ ଟିକା କାମ କରିବ । ଯେପର୍ଯ୍ୟନ୍ତ ସମସ୍ତେ ଟିକା ନେଇ ନାହାନ୍ତି, ବିପଦ ଅଛି । ପୁଣି ରାଜ୍ୟରେ ସଂକ୍ରମଣ ବଢିପାରେ । ତେଣୁ ଯେଉଁମାନେ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି ଓ ଯେଉଁମାନଙ୍କର ଦ୍ୱିତୀୟ ଡୋଜ ବାକି ଅଛି ସେମାନେ ତୁରନ୍ତ ଟିକା ନେବାକୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଏପର୍ଯ୍ୟନ୍ତ ୨ କୋଟି ୮୦ ଲକ୍ଷ ଲୋକ ପ୍ରଥମ ଡୋଜ ଏବଂ ୧ କୋଟି ୬୨ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ସାରିଲେଣି । ହିତାଧିକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କର ଟିକା କରଣ ଶେଷ ହୋଇଛି । ଏବେ ପ୍ରାୟ ୪୫ ଲକ୍ଷ ଲୋକଙ୍କ ଟିକାକରଣ ବାକି ଅଛ । ହର ଘର ଦସ୍ତକ ଅଭିଯାନକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ଯେଉଁ ପ୍ରଥମ ଡୋଜ ବାକି ଅଛି ଏବଂ ଦ୍ୱିତୀୟ ଡୋଜ ସମୟ ହୋଇଗଲାଣି ସେମାନଙ୍କୁ ଚିହ୍ନଟ କରୁଛନ୍ତି । ଏହାସହ ଶଯ୍ୟାଶାୟୀ ଲୋକଙ୍କୁ ଭ୍ୟାକ୍ସିନେସନ ଟିମ ଯାଇ ଟିକା ଦେଉଛନ୍ତି ।