ଏଜାଜଙ୍କ ରେକର୍ଡ: ଟିମ ଇଣ୍ଡିଆର ୧୦ ପୋଛିନେଲେ

ମୁମ୍ବାଇ : ମୁମ୍ୱାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ ଦ୍ୱିତୀୟ ଦିନରେ ଅନେକ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି । ନ୍ୟୁଜିଲାଣ୍ଡ ବୋଲର ଏକାକୀ ଏଜାଜ ପଟେଲ୍‌ ଗୋଟିଏ ଇନିଂସରେ ୧୦ ୱିକେଟ୍‌ ନେଇ ଇତିହାସ ସୃଷ୍ଟି କରିଛନ୍ତି । ଆଉ ଏଥିସହ ଭାରତୀୟ ସ୍ପିନର ଅନୀଲ କୁମ୍ବେଲଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।

ତେବେ ଭାରତୀୟ ବୋଲର ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡକୁ ୬୨ ରନରେ ଅଲଆଉଟ୍‌ କରିଛନ୍ତି ।