ପଞ୍ଜାବରେ କଙ୍ଗନାଙ୍କ ଗାଡିକୁ ଛାଡିଲେନି ଚାଷୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ ତାଙ୍କର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ସେ କ୍ରମାଗତ ଭାବେ କୃଷକ ଓ କୃଷକ ଆନ୍ଦୋଳନକୁ ଟାର୍ଗେଟ୍‌ କରିଛନ୍ତି । କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିବା ବାବଦରେ ବିବାଦୀୟ ବୟାନ ଦେଇ କୃଷକଙ୍କ ବିରୋଧୀ ହୋଇଛନ୍ତି କଙ୍ଗନା । ଏବେ କଙ୍ଗନା ପଞ୍ଜାବ ଯାଉଥିବା ବେଳେ କୃଷକମାନେ ତାଙ୍କ ଗାଡିକୁ ଘେରି ବିରୋଧ ପ୍ରଦର୍ଶନ କରିଛନ୍ତି । ଏନେଇ ଏକ ଭିଡିଓ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି କଙ୍ଗନା । ଏଥିରେ କଙ୍ଗନା ପଞ୍ଜାବରେ ଥିବା ବେଳେ ତାଙ୍କ ଗାଡିକୁ କୃଷକମାନେ ଘେରି ଯାଇଛନ୍ତି ।

ଅନ୍ୟପକ୍ଷରେ କଙ୍ଗନା ଲେଖିଛନ୍ତି କି, କୌଣସି ପରିସ୍ଥିତିରେ ମୁଁ ପଞ୍ଜାବ ଭିତରକୁ ପ୍ରବେଶ କରିଛି । ହେଲେ କୃଷକମାନେ ମୋ ଗାଡିକୁ ଘେରି ଯାଇଛନ୍ତି । ଅନ୍ୟପଟେ ଭିଡିଓରେ ଦେଖିବାକୁ ମିଳିଛି କି କଙ୍ଗନା କାର ଭିତରେ ବସି କହୁଛନ୍ତି କି ମୋତେ କାର ଭିତରେ ପଶିବାକୁ ଦିଆଯାଉନାହିଁ । ମୁଁ ଜଣେ ରାଜନେତା ନୁହେଁ ତେଣୁ ମୋ ପ୍ରତି ଏଭଳି ବ୍ୟବହାର କର ନାହିଁ ।