ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ପୁଣି ଅରବିନ୍ଦ କେଜ୍ରିୱାଲ ନିର୍ବାଚିତ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କୁ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବା ବେଳେ ପଙ୍କଜ ଗୁପ୍ତାଙ୍କୁ ପାର୍ଟିର ସଚିବ ଓ ରାଜ୍ୟସଭା ସାଂସଦ ଏନଡି ଗୁପ୍ତାଙ୍କୁ କୋଷାଧ୍ୟକ୍ଷ ପଦ ମିଳିଛି । ଏହି ୩ ଜଣ ପଦାଧିକାରୀଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ।

ଉଲ୍ଲେଖଯୋଗ୍ୟ, ପ୍ରଥମରୁ ଦଳର କୌଣସି ପଦରେ ଜଣେ ଅଧିକାରୀ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ ବୋଲି ଆଇନ ଥିବା ବେଳେ ଚଳିତ ବର୍ଷ ପ୍ରାରମ୍ଭରେ ଆପ୍ ତରଫରୁ ପାର୍ଟି ସମ୍ବିଧାନରେ କିଛି ପରିବର୍ତ୍ତନ କରାଯାଇଥିଲା । ଏବେ ତାହାକୁ ବଦଳାଇ ୫ ବର୍ଷ କରାଯାଇଛି । ଆଗାମୀ ବର୍ଷ ୟୁପି ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନଜରରେ ରଖି ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ କରାଯାଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଆପ୍ ତରଫରୁ ପାର୍ଟି ସମ୍ବିଧାନରେ କିଛି ପରିବର୍ତ୍ତନ କରାଯାଇଥିଲା ।