ନୂଆଦିଲ୍ଲୀ : ବର୍ଷା ଯୋଗୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ପଏଣ୍ଟ ଭାଗ କରିଥିବା ଟିମ ଇଣ୍ଡିଆ ଆଜି ଦ୍ୱିତୀୟ ମ୍ୟାଚ୍ରେ ନେପାଳକୁ ଭେଟୁଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେପାଳ ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୩୦ ରନ କରିଛି। ଫଳରେ ଭାରତକୁ ଚଳିତ ଏସିଆ କପରେ ପ୍ରଥମ ବିଜୟ ପାଇଁ ୨୩୧ ରନର ଟାର୍ଗେଟ ମିଳିଛି।