ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାତ୍ରା

ଏଫଆଇଏଚର ଅଧ୍ୟକ୍ଷ ହୋଇଥିବାରୁ ସମସ୍ତ କାର୍ଯ୍ୟକ୍ରମ ପାଇଁ ମୋତେ ସମୟ ଦରକାର…

ନୂଆଦିଲ୍ଲୀ : ଆଇଓଏର ଅଧ୍ୟକ୍ଷ ନରିନ୍ଦର ବାତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବାତ୍ରାଙ୍କ ବିରୋଧରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କାର ଦୁରୁପଯୋଗ ମାମଲାରେ ସିବିଆଇ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା । ତେଣୁ ଆଇଓଏର ସଦସ୍ୟମାନେ ବାତ୍ରାଙ୍କୁ ଆଇଓଏର ଅଧ୍ୟକ୍ଷ ପଦ ଛାଡିବାକୁ ଦାବି କରିଥିଲେ । ସୂଚନାଯୋଗ୍ୟ ଯେ, ବାତ୍ରା ୨୦୧୭ରେ ଅନ୍ତର୍ଜାତୀୟ ହକି ମହାସଙ୍ଘର ମଧ୍ୟ ଅଧ୍ୟକ୍ଷ ହୋଇଥିଲେ । ଏଫଆଇଏଚର ଅଧ୍ୟକ୍ଷ ହୋଇଥିବାରୁ ସମସ୍ତ କାର୍ଯ୍ୟକ୍ରମ ପାଇଁ ମୋତେ ସମୟ ଦରକାର । ମୋତେ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ତେଣୁ ମୁଁ ଆଇଓଏର ଅଧ୍ୟକ୍ଷ ପଦ ଛାଡିବାକୁ ନିଷ୍ପତ୍ତି ନେଇଛି । ବାତ୍ରା ବ୍ୟକ୍ତିଗତ କାମରେ ହକି ଫଣ୍ଡରୁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗରେ ତଦନ୍ତର ପରିସରଭୁକ୍ତ ଅଛନ୍ତି । ଗତ ମାସରେ ସିବିଆଇ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଛ ।