ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ପାଣ୍ଡ୍ୟା

ଅଧିନାୟକ ହେବା ପୂର୍ବରୁ ମଧ୍ୟ ମୁଁ ପ୍ରତ୍ୟେକ ପରିସ୍ଥିତିରେ ଶାନ୍ତ ରହିଥିଲି…

ମୁମ୍ବାଇ: ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ସଫଳତାର ସହ ଆଗେଇ ନେଇ ଫାଇନାଲରେ ପ୍ରବେଶ କରି ତାଙ୍କ ସମାଲୋଚକଙ୍କ ମୁହଁକୁ ବନ୍ଦ କରିଦେଇଛନ୍ତି । ଆଇପିଏଲ-୨୦୨୨ରେ, ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସ ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ପ୍ରଥମେ ପ୍ଲେ ଅଫ ଏବଂ ପରେ ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହୋଇଛି । ସେ କହିଛନ୍ତି ଯେ, ବ୍ୟକ୍ତିଗତ ଭାବରେ ଦୃଢ ରହି ମୁଁ ଏହି ସବୁ ଜିନିଷର ସାମ୍ନା କରିପାରିଲି । ଅଧିନାୟକ ହେବା ପୂର୍ବରୁ ମଧ୍ୟ ମୁଁ ପ୍ରତ୍ୟେକ ପରିସ୍ଥିତିରେ ଶାନ୍ତ ରହିଥିଲି । ଏହି ସମୟରେ ଉତ୍ତମ ନିଷ୍ପତ୍ତି ନିଆଯାଇପାରେ । ମୋ କ୍ୟାରିଅରରେ ଏବଂ ଜୀବନରେ ମଧ୍ୟ ମୁଁ ଭୟଭୀତ ହେବା ଅପେକ୍ଷା ଦଶ ସେକେଣ୍ଡ ଅପେକ୍ଷା କରିବାକୁ ପସନ୍ଦ କରେ । ସୂଚନାଯୋଗ୍ୟ ଯେ, ଗୁଜୁରାଟ ଟାଇଟାନ୍ସ ପାଣ୍ଡ୍ୟାଙ୍କୁ ୧୫ କୋଟି ଟଙ୍କାରେ କିଣିଥିଲା ।