ଫ୍ରେଞ୍ଚ ଓପନରୁ ବିଦା ହେଲେ ରାଡୁକାନ

ମ୍ୟାଚ ମଧ୍ୟରେ ରାଡୁକାନୁ ୩୩ଟି ଭୁଲ ସଟ ମାରି ହାରିଥିଲେ…

ନୂଆଦିଲ୍ଲୀ: ୟୁଏସ ଓପନ ଚାମ୍ପିୟନ ଇମ୍ମା ରାଡୁକାନୁଙ୍କୁ ବଡ ଝଟକା ଲାଗିଛି । ଆଲିୟାସାନ୍ଦ୍ରା ସାସନୋଭିକଙ୍କ ଠାରୁ ପରାଜିତ ହୋଇ ଫ୍ରେଞ୍ଚ ଓପନରୁ ବିଦା ହୋଇଛନ୍ତି ଟେନିସ ଷ୍ଟାର ଇମ୍ମା ରାଡୁକାନ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିପକ୍ଷ ବେଲାରୁଷ ଟେନିସ ଖେଳାଳି ଆଲିୟାସାନ୍ଦ୍ରା ସାସନୋଭିକଙ୍କ ଠାରୁ ୩-୬, ୬-୧, ୬-୧ ସେଟରେ ପରାସ୍ତ ହୋଇଛନ୍ତି ଇମ୍ମା । ଗତ ୨୦୨୧ ଇଣ୍ଡିଆନ ୱେଲ୍ସରେ ମଧ୍ୟ ବିଶ୍ୱର ୪୭ତମ ରାଙ୍କ ସାସନୋଭିକଙ୍କ ଠାରୁ ପରାସ୍ତ ହୋଇଥିଲେ ଇମ୍ମା । ବିଟ୍ରେନର ଏହି ୧୨ତମ ରାଙ୍କ ଟେନିସ ତାରକା ମାତ୍ର ୧୯ ବର୍ଷ ବୟସରେ ୟୁଏସ ଓପନ ଜିତି ସମସ୍ତଙ୍କୁ ଚକିତ କରିଥିଲେ । କିନ୍ତୁ ଫ୍ରେଞ୍ଚ ଓପନରେ ସେ ପରାଜିତ ହୋଇଛନ୍ତି । ମ୍ୟାଚ ମଧ୍ୟରେ ରାଡୁକାନୁ ୩୩ଟି ଭୁଲ ସଟ ମାରି ହାରିଥିଲେ ।