କୌଣସି ଭକ୍ତ ଶ୍ରୀବିଗ୍ରହଙ୍କୁ ଛୁଇଁପାରିବେ ନାହିଁ

ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି…

ପୁରୀ : ଆସନ୍ତା ଜୁନ ୧୪ରେ ପବିତ୍ର ଦେବ ସ୍ନାନପୂର୍ଣ୍ଣିମା ରତ୍ନବେଦିରୁ ସ୍ନାନବେଦିକୁ ପହଣ୍ଡି ହୋଇ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଅଧିବାସ ଜଳରେ ସ୍ନାନ କରିବେ ମହାପ୍ରଭୁ । ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଂଟକୁ ନୀତି ସବ କମିଟି ଓ ଛତିଶା ନିଯୋଗ ଅନୁମୋଦନ କରିବା ପରେ ପରିଚାଳନା କମିଟି ଏହି ନୀତି ନିର୍ଘଣ୍ଟକୁ ଚୂଡ଼ାନ୍ତ କରିବ । ସ୍ନାନବେଦିରେ ୩ ଘଣ୍ଟାଧରି ହାତୀବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ ।

କୌଣସି ଭକ୍ତ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ନିଳାଦ୍ରି ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବ୍ରିକମ ୧୨ଟା ୩୦ରୁ ହାତୀବେଶରେ ଦର୍ଶନ ଦେବେ ପ୍ରଭୁ ଯାଦବଙ୍କ ଅଧ୍ୟକ୍ଷତାରେ ଆଜି ନୀତି ସବକମିଟି ଓ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ.ବିଶାଲ ସିଂହ,ନୀତି ସବକମିଟି ଅଧିକାରୀ ଓ ଛତିଶା ନିଯୋଗର କର୍ମକର୍ତାମାନେ ଉପସ୍ଥିତ ଥିଲେ ।