ଭିଭିଏସ ଲକ୍ଷ୍ମଣ ହେଲେ ଟିମ ଇଣ୍ଡିଆ କୋଚ

ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ସେହି ସମୟରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସହ ଥିବେ…

ନୂଆଦିଲ୍ଲୀ : ବିସିସିଆଇ ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣଙ୍କୁ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର କୋଚ ଭାବେ ନିଯୁକ୍ତ କରିଛି । ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷରେ ୨ଟି-୨୦ ସିରିଜ ଖେଳିବ । ଟିମ ଇଣ୍ଡିଆର ମୁଖ୍ୟ କୋଚ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ସେହି ସମୟରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସହ ଥିବେ । ତେଣୁ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର କୋଚ କରାଯାଇଛି । ଗତ ବର୍ଷ ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡଙ୍କୁ ଦଳର କୋଚ କରାଯାଇଥିଲା । ସେହି ସମୟରେ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସହ ଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବତନ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ।