‘ବିଜେପି’ ବିକଶିତ ଦୁର୍ନୀତି ବିହନ ‘ନିର୍ବାଚନ ବଣ୍ଡ’

ବିଜେପି ଜମାଖାତାରେ ୫୨୭୧ କୋଟି ଟଙ୍କା

ଭାରତକୁ ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ କରିବା ପାଇଁ ୧୨୦ କୋଟି ଭୋଟର ବିଜେପି ଗୋଠକୁ କ୍ଷମତାସୀନ କଲେ । ମାତ୍ର ହେଲା କ’ଣ? ବିଜେପି ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବା ବଦଳରେ ତିଆରି କଲା ‘ନିର୍ବାଚନ ବଣ୍ଡ’ । କଂଗ୍ରେସ ଲୁଚିଛପି ଦୁର୍ନୀତି କରୁଥିଲା । କିନ୍ତୁ ବିଜେପି ଲାବ୍‌ ତିଆରି ଦୁର୍ନୀତି ଓ ଭ୍ରଷ୍ଟାଚାର ବିହନ ‘ନିର୍ବାଚନ ବଣ୍ଡ’ ଖୁଲମଖୁଲା ଦୁର୍ନୀତି କରିବାର ଉପାୟ ।

ଦେଶ ଭିତରେ ଯେତେକ କଳାବଜାରୀ ଓ କଳା ଶିଳ୍ପପତି ଅଛନ୍ତି । ସେମାନଙ୍କୁ ସିବିଆଇ ଓ ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) ଚାବୁକରେ ମାଡ଼ ମାରି ଦଳୀୟ ପାଣ୍ଠିରେ ଟଙ୍କା ଜମା କରିବାର ବିଜେପିର ପ୍ରଧାନ କାମ ହୋଇଗଲା ।
ଅବଶ୍ୟ, କଂଗ୍ରେସ ସମେତ ବହୁ ଆଂଚଳିକ ରାଜନୈତିକ ଦଳ ମଧ୍ୟ ଏହି ବାଟରେ କିଛି କଳାଧନ ଗୋଟାଇ ପାରିଛନ୍ତି । ମାତ୍ର ସବୁଠାରୁ ଅଧିକ ଫାଇଦା ବିଜେପିକୁ ମିଳିଛି । କୁହନ୍ତୁ ଦେଖି, ବିଜେପିର ଅତିଭଦ୍ର ନେତା ଅରୁଣ ଜେଟଲୀଙ୍କ ମଗଜରୁ ବାହାରିଥିବା ନିର୍ବାଚନ ବଣ୍ଡ ବିହନଟି କେତେ ମଜାଦାର?

ଜେଟଲୀଙ୍କ ଆଲ୍ଲାଉଦ୍ଦିନ ଦୀପକ ‘ନିର୍ବାଚନ ବଣ୍ଡ’ ୧୪୦ କୋଟି ଜନତାଙ୍କ ପକେଟକୁ ଖୋଳ କରି କ୍ଷମତାସୀନ ରାଜନୈତିକ ଦଳ ବା ଗୋଠକୁ ଫାଇଦା ଦେବ । ଭ୍ରଷ୍ଟାଚାରୀ ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ନିର୍ବାଚନ ବଣ୍ଡ କିଣି ସେମାନଙ୍କ କଳାଧନକୁ ଧଳା କରିଦେବେ ।

ସବୁ ଦେଖି ଦେଶର ଦାୟିତ୍ୱବାନ୍‌ ସାମ୍ବିଧାନିକ ସଂସ୍ଥା ନିର୍ବାଚନ ଆୟୋଗ ଦାରୁଭୂତ ମୁରାରି ଭଳି ଅଭିନୟ କରିବେ । ଏକଥା ମୁଁ ନୁହେଁ, ୟେ ଦେଶର ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି । ନିର୍ବାଚନ ବଣ୍ଡ ଜରିଆରେ ଦେଶର କୋଉ ରାଜନୈତିକ ପକେଟକୁ କେତେ ଟଙ୍କା ଯାଇଛି । କୋଉ ଲୋକ ବା ସଂସ୍ଥା କେତେ ଟଙ୍କା ଦେଇଛି, ସେ ସଂପର୍କରେ ନିର୍ବାଚନ କମିଶନକୁ ଜବାବ ମାଗିଥିଲେ ।

ବିଭିନ୍ନ ବାହାନା ଦେଖାଇ ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କୁ ଭଣ୍ଡାଇ ଚାଲିଛନ୍ତି । ନିର୍ବାଚନ କମିଶନକୁ ହାତମୁଠାରେ ରଖି ଦେଶବାସୀଙ୍କୁୁ ଆକଣ୍ଠ ଲୁଟିବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ ଚାଲିଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ ବିଜେପି ରାସ୍ତାରେ ପାହାଡ଼ ଭଳି ଠିଆ ହୋଇଛନ୍ତି ।

୧୦ ବର୍ଷ ଶାସନ ଭିତରେ ୧୪୦ କୋଟି ଜନତାଙ୍କୁ ଭଲ କରି ଲୁଟିଛି ବିଜେପି । ବିଜେପିକୁ ତୃତୀୟ ପାଳି କ୍ଷମତାସୀନ କରିବା ଉଚିତ ହେବ କି । ବିଚାର ଆପଣ କରିବେ ।