ବେପାର କରୁଛି ବିଜେପି: ଲୋକଙ୍କୁ ବିକୁଛି ଭୋକ

ଦେଶକୁ ଦୁର୍ନୀତି ଓ ଭ୍ରଷ୍ଟାଚାରରୁ ମୁକୁଳାଇବାର ପ୍ରତିଶ୍ରୁତି ଦେଇ ବିଜେପି ୨୦୧୪ରେ କ୍ଷମତାକୁ ଗଲା । ମାତ୍ର ୧୦ ବର୍ଷ ଶାସନ ଭିତରେ ବିଜେପି ଜମାଖାତାରେ ୫ ହଜାର ୨୭୧ କୋଟି ଟଙ୍କା ଜମା ହୋଇଗଲା । ଏଇ ତା’ହେଲେ ବିଜେପିର ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଶାସନ । ଏଇ ତା’ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ।

ବିଦେଶରୁ କଳାଧନ ବାବଦକୁ ଟଙ୍କାଟିଏ ଆଣିବାର ନାହିଁ । ୧୦ ବର୍ଷ କାଳ ଶାସନ ଭିତରେ ଲୋକଙ୍କ ମୁଣ୍ଡରେ ୧୫୦ ଟ୍ରିଲିୟନ ବୋଝ ଲଦି ଦିଆଗଲାଣି । ମାତ୍ର ଲୋକସଭା ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ୫ ଟ୍ରିଲିୟନ ରାଜସ୍ୱ ଆଦାୟ କରିବାକୁ କହି ଅନୁଗତ ସାଂସଦଙ୍କ ସାବାସି ନେଉଛନ୍ତି ।

ସତ କହିଲେ ମୋଦୀ ହେଉଛନ୍ତି ଦେଶର ସବୁଠାରୁ ମହଙ୍ଗା ପ୍ରଧାନମନ୍ତ୍ରୀ । ମୋଦୀ ୟେ ଦେଶର ୧୪୦ କୋଟି ଜନତାଙ୍କ ଧନରେ ରାଜକୀୟ ସୁଖ ଭୋଗ କରୁଛନ୍ତି । ଦେଶର ପ୍ରଧାନ ସେବକ କହି ବିଳାସମୟ ଜୀବନ ଯାପନ ପାଇଁ ଜନତାଙ୍କ ପକେଟରୁ ବର୍ଷକୁ ୧୧୦୦ କୋଟି ଟଙ୍କା ଲୁଟୁଛନ୍ତି ।

ଏମିତି ମହଙ୍ଗା ବ୍ୟକ୍ତିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ ଆମକୁ ଲାଇକ୍‌ କରନ୍ତୁ, ସବ୍‌ ସ୍କ୍ରାଇବ କରନ୍ତୁ, କମେଂଟ କରନ୍ତୁ ।

ବିଜେପି ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଜନୈତିକ ଦୋକାନ । ଦୋକାନର ମାଲିକ ହେଉଛନ୍ତି ମୋହନ ଭାଗବତ । ଦୋକାନର ଗୁମାସ୍ତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂଘ ଦୋକାନରେ ସବୁଠାରୁ ମହଙ୍ଗା ଜିନିଷ ହେଉଛି ଭୋକ । ବିଭିନ୍ନ ବର୍ଗର ଲୋକଙ୍କ ମନରେ ଭୋକ ସୃଷ୍ଟି କରି ତାକୁ ବିକିବା ବିଜେପି ଓ ସଂଘ ପରିବାରର ମୁଖ୍ୟ ବ୍ୟବସାୟ । ଏଭଳି ଦୋକାନକୁ ଓଡ଼ିଶାରେ ରଖିବ କି ତଡ଼ିବ, ବିଚାର ଆପଣଙ୍କ ହାତରେ ।