ବ୍ରିକ୍ସ ପାଇଲା ୬ଟି ନୂଆ ସଭ୍ୟ

ସାଉଦି ଆରବ, ଇରାନ ସମେତ ୬ଟି ଦେଶ ଏବେ ବ୍ରିକ୍ସରେ ଯୋଗଦାନ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଆଗାମୀ ବର୍ଷରୁ ବ୍ରିକ୍ସ ସଭ୍ୟ ତାଲିକାରେ ନୂଆ ସଭ୍ୟଙ୍କ ନାମ ପ୍ରକାଶ ପାଇବ ବୋଲି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ସୂଚନା ପ୍ରଦାନ କରିଛନ୍ତି।
ବ୍ରିକ୍ସ ସମ୍ମିଳନୀର ଅନ୍ତିମ ଦିବସଟି କୋଳାକୋଳିର ପର୍ବ ଥିଲା ।

ନୂତନ ସଭ୍ୟଙ୍କ ଆବେଦନକୁ ସ୍ୱୀକୃତି ପ୍ରଦାନ କରିବା ସହିତ ସେମାନଙ୍କ ପାଇଁ ସର୍ତାବଳୀ ତିଆରି କରିଥିଲେ ଚୀନ, ରୁଷିଆ, ଦକ୍ଷିଣ ଆଫ୍ରିକା, ଭାରତ ଓ ବ୍ରାଜିଲ । ପ୍ରଥମ ଦଫାରେ ଆର୍ଜେଂଟିନା, ଇଜିପ୍ଟ, ଇଥିଓପିଆ ଓ ସାଉଦି ଆରବ ରାଷ୍ଟ୍ରସଂଘକୁ ବ୍ରିକ୍ସ ସଭ୍ୟ ରୂପେ ଗ୍ରହଣ କରାଯିବ । ତା’ପରେ ସାଉଦି ଆରବ ଓ ଇରାନକୁ ନୂତନ ସଭ୍ୟ ଭାବେ ତାଲିକା ପ୍ରକାଶ ପାଇବ ।

ବ୍ରିକ୍ସ କଳେବର ବୃଦ୍ଧିକୁ ସ୍ୱାଗତ କରିଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ସେ କହିଛନ୍ତି, ଛଅଟି ନୂଆ ଦେଶ ବ୍ରିକ୍ସରେ ଯୋଗଦାନ କରିବା ଫଳରେ ବିଶ୍ୱ ଅର୍ଥନୀତିରେ ବ୍ରିକ୍ସ ସଂଗଠନର ସ୍ଥିତି ନିଶ୍ଚିତ ଭାବେ ମଜଭୁତ ହେବ ।