୧୫ରେ ଗୋଖାଦ୍ୟ ଦୁର୍ନୀତି ମାମଲା ଶୁଣାଣି

ବିହାର: ଆସନ୍ତା ଫେବ୍ରୁଆରୀ ୧୫ରେ ଗୋଖାଦ୍ୟ ଦୁର୍ନୀତି ମାମଲାର ଶୁଣାଣି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଏହି ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ହୋଇଥିଲା। ଏଥିଲାଗି ଆଜି ଲାଲୁ ପ୍ରସାଦ ଯାଦବ ରାଞ୍ଚିରେ ପହଞ୍ଚିଛନ୍ତି । ୯୫୦ କୋଟି ଟଙ୍କାର ଏହି ଦୁର୍ନୀତି ହୋଇଥିଲା । ଲାଲୁ ଏହିଘଟଣାରେ ଜାମିନରେ ରହିଛନ୍ତି ।

ଏହି ଦୁର୍ନୀତି ୧୯୯୦-୯୨ ମସିହା ମଧ୍ୟରେ ହୋଇଥିଲେ । ଗୋଖାଦ୍ୟ ଦୁର୍ନୀତି ସାମ୍ନାକୁ ଆସିବା ମାତ୍ରେ ଦେଶରେ ତିକ୍ତତା ଦେଖାଦେଇଥିଲା । ଚାଇବାସା ଟ୍ରେଜେରୀରୁ ୩୭.୬ କୋଟି ଟଙ୍କା ଭୁଲ ପ୍ରତ୍ୟାହାରର ଜାଲିଆତି ହୋଇଥିଲା । ମାର୍ଚ୍ଚ ୧୧ ରେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ସିବିଆଇ ତଦନ୍ତ ଆରମ୍ଭ କରାଯାଇଥିଲା । ଜୁଲାଇ ୨୭ ରେ, ଲାଲୁ ଯାଦବଙ୍କ ବିରୋଧରେ ସିବିଆଇ ପ୍ରମାଣ ସଂଗ୍ରହ ଆରମ୍ଭ କରିଥିଲା । ଜୁଲାଇ ୩୦ ରେ ଲାଲୁ ଯାଦବ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।