ଜହ୍ନପୃଷ୍ଠରେ ‘ଚନ୍ଦ୍ରଯାନ-୩’ ପ୍ରଥମ ପରବର୍ତ୍ତୀ ଘଟଣା ଜାଣନ୍ତୁ..
ଭାରତ ପାଇଁ ଐତିହାସିକ ଜହ୍ନପୃଷ୍ଠରେ 'ଚନ୍ଦ୍ରଯାନ-୩' ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ
ସାରା ବିଶ୍ୱବାସୀ ଚାତକ ପରି ଅପେକ୍ଷା କରିଥାନ୍ତି ବୁଧବାର ସନ୍ଧ୍ୟା ୬ଟା ୦୪ ମିନିଟକୁ । ସେହି ସମୟରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପାଦ ରଖିବ । ରୁଷିଆର ଲୁନା-୨୫ ଚନ୍ଦ୍ରପୃଷ୍ଠରେ ଅବତରଣ କରି ନପାରି ପାଉଁଶ ହୋଇଗଲା । ଏଭଳି ସମୟରେ ସମସ୍ତଙ୍କ ଦୃଷ୍ଟି ଚନ୍ଦ୍ରଯାନ-୩ ଉପରେ ରହିବା ସ୍ୱାଭାବିକ । ସମୟ ଯେତିକି ପାଖେଇ ଆସୁଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ତଳଠାରୁ ଉପର ଅଧିକାରୀଙ୍କ ଛାତିର ସ୍ପନ୍ଦନ ସେତିକି ବଢ଼ିଯାଉଛି ।
ଇତିମଧ୍ୟରେ ଇସ୍ରୋ କହିସାରିଲାଣି ଯେ ଯଦି ବୁଧବାର ସନ୍ଧ୍ୟା ୬ଟା ୦୪ ମିନିଟରେ ଚନ୍ଦ୍ରଯାନ-୩ ସଫଳତାର ସହିତ ଅବତରଣ କରି ନପାରେ । ତେବେ ଅଗଷ୍ଟ ୨୭ ତାରିଖ ଦିନ ଅବତରଣ କରିବ । ଚନ୍ଦ୍ରପୃଷ୍ଠରେ ହେଉଥିବା ଆକସ୍ମିକ ଝଡ଼କୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩କୁ ସତର୍କତାର ସହିତ ଅବତରଣ କରାଯିବ ।
ୟା’ ଭିତରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ବିଭିନ୍ନ ଫଟୋ ଉଠାଇ ଇସ୍ରୋକୁ ପଠାଇଛି । ଚନ୍ଦ୍ରଠାରୁ ୭୦ କିଲୋମିଟର ଦୂରରେ ଥିବା ସମୟରେ ଚନ୍ଦ୍ରଯାନ-୩ରେ ଖଞ୍ଜାଯାଇଥିବା ଶକ୍ତିଶାଳୀ କ୍ୟାମେରାଟି ଉକ୍ତ ଫଟୋ ଉଠାଇଛି । ତେବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଉପଯୁକ୍ତ ସ୍ଥାନ ଖୋଜି ‘ଚନ୍ଦ୍ରଯାନ-୩’ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପୋଲରେ ଲ୍ୟାଣ୍ଡର ଅବତରଣ କଇସାରିଛି । ସେହିପରି, ଭାରତୀୟ ବଂଶଜ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ କହିଛନ୍ତି, ମୁଁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ମୁହୂର୍ତଟିକୁ ଦେଖିବା ପାଇଁ ଚାତକ ପରି ଅପେକ୍ଷା କରିଥିଲି। ଇସ୍ରୋ ବୈଜ୍ଞାନିକମାନଙ୍କର ସଫଳ ଗବେଷଣାକୁ ମୁଁ ତାରିଫ କରୁଛି।
ସୂଚନାଯୋଗ୍ୟ, ଲାଣ୍ଡର୍ ‘ବିକ୍ରମ’ର ରାମ୍ପ୍ ବାଟେ ବାହାରକୁ ଆସି ରୋଭର୍ ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଥିବା କଥା ‘ଇସ୍ରୋ’ ସୂଚନା ଦେଇଛି। ସେହିପରି (ଟୁଇଟ୍) କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି, ଚନ୍ଦ୍ର ପାଇଁ, ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍ ଲ୍ୟାଣ୍ଡର୍ରୁ ଗଡ଼ି ଗଡ଼ି ବାହାରକୁ ଯାଇ ଚନ୍ଦ୍ର ଉପରେ ଚାଲବୁଲ କରୁଛି ।
ବୁଧବାର ସନ୍ଧ୍ୟା ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ ଏହା ହେଉଛି ‘ଚନ୍ଦ୍ରଯାନ-୩’ର ପ୍ରଥମ ପରବର୍ତ୍ତୀ ଘଟଣା। ଖୁବ୍ ଶୀଘ୍ର ବାକି ସଦ୍ୟ ସୂଚନା ପ୍ରଦାନ କରାଯିବ। ବିକ୍ରମରୁ ପ୍ରଜ୍ଞାନ ବାହାରକୁ ଆସୁଥିବାର ଦୃଶ୍ୟ ଥିବା ପ୍ରଥମ ଫଟୋ ସେୟାର୍ କରିଥିଲେ ‘ଇଣ୍ଡିଆନ୍ ନ୍ୟାସ୍ନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ୍ ଅଥରାଇଜେସନ୍ ସେଣ୍ଟର୍’ର ଅଧ୍ୟକ୍ଷ ପବନ ଗୋଏଙ୍କା।
ଉଲ୍ଲେଖ ଥାଉକି, ଲାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନଙ୍କର ଅଭିଯାନ ୧୪ ଦିନ ପର୍ଯ୍ୟନ୍ତ ଚାଲିବ। କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡ଼ିବ। ୧୪ ଦିନ ପରେ ଲାଣ୍ଡର୍ ଓ ରୋଭର୍ ଶକ୍ତି ହରାଇବାର ସମ୍ଭାବନା ରହିଛି। ଏହି ୧୪ ଦିନରେ ରୋଭର୍ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଅନେକ ତଥ୍ୟାବଳି ଲାଣ୍ଡର୍କୁ ପଠାଇବ।