ଏକେ-୪୭ ଧରି କାମ କରୁଛନ୍ତି ଚାଇନିଜ କର୍ମଚାରୀ

ଇସଲାମାବାଦ: ପାକିସ୍ତାନରେ କାମ କରୁଥିବା ଚାଇନିଜ ଇଞ୍ଜିନିୟର ଓ କର୍ମଚାରୀ ଆଉ ସୁରକ୍ଷିତ ନୁହନ୍ତି । କିଛି ଦିନ ତଳେ ଚାଇନିଜ ଇଞ୍ଜିନିୟର ଓ କର୍ମଚାରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ ଆତଙ୍କୀ ହମଲାର ଶିକାର ହୋଇଥିଲା । ଏଥିରେ ୯ ଜଣ ଚାଇନିଜ ନାଗରିକଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଏବେ ପାକିସ୍ତାନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମରେ ନିୟୋଜିତ ଚାଇନିଜ କର୍ମଚାରୀମାନେ ନିଜର ସୁରକ୍ଷା ନିଜେ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ସେମାନେ ପ୍ରକଳ୍ପ ସ୍ଥଳରେ ଏକେ-୪୭ ଧରି କାମ କରୁଛନ୍ତି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଚାଇନା-ପାକିସ୍ତାନ ଇକୋନୋମିକ କରିଡରର ଅଧୀନରେ ଚାଲିଥିବା ପ୍ରକଳ୍ପରେ ନିୟୋଜିତ କର୍ମଚାରୀମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନେ ବିଭିନ୍ନ ମେଜରମେଣ୍ଟ କରିବା ବେଳେ କାନ୍ଧରେ ଏକେ-୪୭ ପକାଇଥିବା ଦେଖାଯାଇଛି ।