ଆରତୀ ଏବଂ ଖୁସବୁଙ୍କୁ ଅଭିନନ୍ଦନ ଜଣାଇଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ : ଉଜବେକିସ୍ତାନର ତାସକେଣ୍ଟରେ ଅନୁଷ୍ଠିତ ୧୮ ବର୍ଷରୁ କମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ବାଳିକାମାନଙ୍କ ବର୍ଗରେ ପାଞ୍ଚ ହଜାର ମିଟର ଦୌଡ଼କୁଦ ପ୍ରତିଯୋଗିତାରେ ତୃତୀୟ ତଥା ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଭାରତୀୟ ଆଥଲେଟ୍ ଆରତୀ ଏବଂ ଖୁସବୁ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।