କାଳବୈଶାଖୀ ବର୍ଷା ସହ ବଜ୍ରପାତ ; ୧୫ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ଖରାର ପ୍ରବଳ ତାତି ଅନୁଭବ ହେଉଥିବା ବେଳେ ବର୍ଷା ପାଇଁ ୧୫ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ବର୍ଷା ସହ ବଜ୍ରପାତ ପାଇଁ ୧୫ ଜିଲାକୁ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟକୁ ଆଲର୍ଟ ଜାରି କରାଯାଇଛି। ଏହାସହ ଭୁବନେଶ୍ୱରରେ ମଧ୍ୟ କୁଆପଥର ବର୍ଷା ସହ ଘଡଘଡି ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।