ବାଇକକୁ ଧକ୍କା ଦେଲା ହାଇୱା: ୨ ମୃତ

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଓଳାଭର-କଣ୍ଡିଆ ରାସ୍ତାର ବରିପଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏଠାରେ ଏକ ବାଇକକୁ ଧକ୍କା ଦେଇଥିଲା ହାଇୱା। ବାଇକରେ ଯାଉଥିବା ତିନ ଜଣ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଜଣାଯାଇଛି। ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଗୁରୁତରକୁ କଟକ ସ୍ଥାନାନ୍ତର କରାଯାଇଛି ।

ଦୁଇ ମୃତକ ହେଲେ ପାରିନୁଆପଡ଼ା ହାବଳ ଗଣ୍ଡ ପଞ୍ଚାୟତର  କଇଁଥlପାଳ ଗ୍ରାମର ରଞ୍ଜନ ମଲିକ(୩୩) ଓ ଶୁଭଙ୍କର ମଲିକ (୧୯) ବୋଲି ଜଣା ପଡ଼ିଛି। ଗୁରୁତର ଥିବା ଯୁବଙ୍କ ଘର ଦସିପୁରୁ ପଞ୍ଚାୟତରେ ବୋଲି ଜଣାପଡ଼ିଛି। ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।