ରନ୍ଧା ଯାଇଥିବା ଭୋଜନରେ ପ୍ରାଣ-ଉର୍ଜା କମ୍ ହୋଇଯାଇଥାଏ

ଆପଣଙ୍କ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ ଆପଣଙ୍କ ଭୋଜନରେ କଞ୍ଚା ଫଳ-ପରିବାର କିଛି ମାତ୍ରା ରହିବା ନିହାତି ଆବଶ୍ୟକ । ଯେତେବେଳେ ଆପଣ ଭୋଜନକୁ ରାନ୍ଧିଥାନ୍ତି ସେତେବେଳେ ସେଥିରୁ ପ୍ରାଣର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଥାଏ । ଶରୀରରେ ଆଳସ୍ୟ ଲାଗି ରହିବାର ଏହା ଏକ ପ୍ରମୁଖ କାରଣ ଅଟେ । ଯଦି ଆପଣ ଆପଣଙ୍କ ଭୋଜନରେ ଏକ ନିଶ୍ଚିତ ମାତ୍ରାରେ କଞ୍ଚା ଆହାର ନେଇଥାନ୍ତି ତେବେ ଅନ୍ୟ ଅନେକ ଲାଭ ବ୍ୟତୀତ, ଗୋଟିଏ କଥା ଯାହା ତୁରନ୍ତ ହେବ ତାହା ହେଉଛି ଆପଣଙ୍କ ନିଦର ମାତ୍ରା ନାଟକୀୟ ଭାବେ କମ ହୋଇଯିବ।