କେନ୍ଦୁଝର ଜିଲ୍ଲାରେ ୫୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲାରେ ମୋଟ …

କେନ୍ଦୁଝର: ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲାରେ ମୋଟ ୩୫୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ନିର୍ମାଣ ହୋଇଥିବା ଏହି ସ୍କୁଲଗୁଡ଼ିକ ଅନୁଗୁଳ, କେନ୍ଦୁଝର, ଗଂଜାମ ଓ ଜଗତସିଂହପୁରରେ ଲୋକାର୍ପଣ ହୋଇଛି। କେନ୍ଦୁଝର ଜିଲ୍ଲାରେ ୫୭ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ମାଧ୍ୟମରେ ୫-ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କାମ କରାଯାଉଛି।

ପୂର୍ବରୁ ୨ଟି ପର୍ଯ୍ୟାୟରେ ଶହଶହ ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଆଗାମୀ ଦିନରେ ନିର୍ମାଣାଧୀନ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଲୋକାର୍ପଣ ହେବ।ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହୋଇଛି। ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଯାଇଛି। ଟିମ୍‌ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ମିଳିମିଶି ଏହି ରୂପାନ୍ତର କାମରେ ସାମିଲ ହୋଇଛନ୍ତି।