ନିୟନ୍ତ୍ରଣ ବାହାରକୁ ଗଲାଣି କରୋନା

ଜିନ୍‌ପିଙ୍ଗ୍‌ କହୁଛନ୍ତି, ସବୁ ଠିକ୍‌ଠାକ୍‌…..

ନୂଆଦିଲ୍ଲୀ: ଚୀନରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି କରୋନା । କେବଳ ମଙ୍ଗଳବାର ୩ କୋଟି ୭୦ ଲକ୍ଷ ଲୋକଙ୍କ ନିକଟରେ ବିଏଫ୍‌.୭ ଭୂତାଣୁ ଚିହ୍ନଟ କରାଯାଇଛି । ମାତ୍ର ସରକାରୀ କାଗଜପତ୍ରରେ ମାତ୍ର ୩ ହଜାର ମାମଲା ଲିପିବଦ୍ଧ ହୋଇରହିଛି । ରିପୋର୍ଟ ମୁତାବକ ଚଳିତ ମାସର ପ୍ରଥମ ୨୦ ଦିନ ଭିତରେ ୨୪ କୋଟି ୮୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ଜାନୁଆରୀରେ ଗୋଟିଏ ଦିନରେ ୪୦ ଲକ୍ଷ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା ।

ଚୀନର ଦୟନୀୟ ସ୍ଥିତିଗୁଡ଼ିକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଗୋଟିଏ ଭିଡିଓରେ କମଳା ପାଇଁ ଲୋକମାନେ ପରସ୍ପରକୁ ମୁଥ ମରାମରି ହେଉଥିବାର ଦେଖିବାକୁ ମିଳିଛି । ଆଉ ଗୋଟିଏ ଭିଡିଓରେ ପିପିଇ କିଟ୍‌ ପିନ୍ଧିଥିବା ଛୋଟ ପିଲାଟିଏ ରାସ୍ତା ଉପରେ ଏଣେତେଣେ ବୁଲୁଛି । କରୋନା ଭୟରେ ଲୋକମାନେ ପିଲାଟିକୁ ଦୂରଦୂର କରୁଛନ୍ତି । କ୍ରୀସମାସ ପାଳନ ନକରି ଲୋକମାନଙ୍କୁ ଘରେ ରହିବାକୁ ଚୀନ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ।

ବିଶେଷ କରି ଯୁବବର୍ଗଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଉଛି । ଚୀନରେ ପାରମ୍ପରିକ ଢଙ୍ଗରେ କ୍ରୀସମାସ ପାଳନ କରାଯାଏନା । କରୋନାକୁ ଭୟ କରି ଲୋକମାନେ ରକ୍ତଦାନ କରୁନାହାନ୍ତି । ଫଳରେ ରକ୍ତ ଭଣ୍ଡାରରେ ରକ୍ତ ପରିମାଣ ହ୍ରାସ ପାଉଛି । ସୂଚନା ମୁତାବକ ଚୀନ ରକ୍ତ ଭଣ୍ଡାରରେ ମାତ୍ର ତିନିଦିନ ପାଇଁ ରକ୍ତ ଗଚ୍ଛିତ ଅଛି ।