ନୂଆଦିଲ୍ଲୀ: କଥାରେ ଅଛି, କ୍ରିୟାର ପ୍ରତିକ୍ରିୟା ସୁନିଶ୍ଚିତ । ସାରା ଦୁନିଆକୁ କରୋନା ମହାମାରୀରେ ଘାଂଟିବାର ପରିଣାମ ଏବେ ଚୀନକୁ ଭୋଗିବାକୁ ପଡୁଛି । ଚୀନ ସରକାରଙ୍କ ଜିରୋ କୋଭିଡ୍ ପଲିସୀକୁ କଡ଼ା ମୁକାବିଲା କରିଛି କରୋନା ନୂତନ ସଂସ୍କରଣ ।
କୋଭିଡ୍-୧୯ ତାଣ୍ଡବକୁ ଦୃଷ୍ଟିରେ ରଖି ସାଂଘାଇସ୍ଥିତ ସବୁ ଶିକ୍ଷାନୁଷ୍ଠାନରେ ତାଲା ଝୁଲିଛି । ପ୍ରାଥମିକ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନ୍ଲାଇନରେ ପଢ଼ିବେ । କରୋନା ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ଜିନ୍ପିଙ୍ଗ ସରକାର କହିଛନ୍ତି ।
ରାଜଧାନୀ ବେଜିଂରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି । ପୂର୍ବାପେକ୍ଷା ଅଧିକ କ୍ଷମତା ନେଇ କୋଭିଡ୍ ସଂକ୍ରମଣ କରୁଛି । ଦ୍ରୁତଗତିରେ କୋଭିଡ୍ ବୃଦ୍ଧି ପାଉଥିବାରୁ ରାଷ୍ଟ୍ରପତି ଜିନ୍ପିଙ୍ଗ ଉଦ୍ବେଗ ପ୍ରକାଶ କରିଛନ୍ତି । ସେଂଟର ଫର୍ ଡିଜିଡ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନ୍ସନ୍ ମୁଖ୍ୟଙ୍କ ସୂଚନା ମୁତାବକ କୋଭିଡ୍-୧୯ର ନୂଆ ପ୍ରଜାତି ପ୍ରଭାବରେ ଚୀନର ମୋଟ ଲୋକସଂଖ୍ୟାର ୧୦ରୁ ୩୦% ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।