ଭାରତରେ ମିଳୁଥିବା ଗାଈ ଖିର ଆମେରିକା ତୁଳନାରେ ପୁଷ୍ଟିକର

ଏ କଥା ଆଉ କେହି ନୁହନ୍ତି ଆମେରିକାରୁ ଆସି ଭାରତରେ ବସବାସ କରୁଥିବା ଜଣେ ମହିଳା କହିଛନ୍ତି । ଆଜ୍ଞା ହଁ, ସେହି ମହିଳାଙ୍କ ନାମ କ୍ରିଷ୍ଟେନ୍‌ ଫିସର । ୨୦୨୧ ମସିହାରେ ସେ ତାଙ୍କ ସ୍ୱାମୀ ଓ ପୁଅକୁ ଧରି ଭାରତକୁ ପଳାଇ ଆସିଥିଲେ । ଭାରତର ସଂସ୍କୃତି ଓ ସାମାଜିକ ଜୀବନ ଯାପନ ଓ ରୀତିନୀତି ସଂପର୍କରେ ଅଧିକ କିଛି ଜାଣିବାର ଆଶାରେ ସେ ଭାରତକୁ ଆସିଥିଲେ । ମାତ୍ର ଭାରତରେ ବାପା, ମା, ପୁଅଝିଅଙ୍କ ମଧ୍ୟରେ ଥିବା ଶକ୍ତିଶାଳୀ ବନ୍ଧନ ତାଙ୍କୁ ଆମେରିକା ଫେରିଯିବାକୁ ମନା କଲା ।

କ୍ରିଷ୍ଟେନ୍‌ ଆମେରିକା ବଜାରରେ ମିଳୁଥିବା ଗାଈ ଖିର ସହିତ ଭାରତରେ ମିଳୁଥିବା ଗାଈ ଖିର ସହିତ ତୁଳନା କରି ଏକ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଆମେରିକାରେ ଖିରରେ ରହିଥିବା ଚର୍ବିଗୁଡ଼ିକୁ କାଢ଼ି ନିଆଯାଏ ଯାହା ପିଲାଙ୍କ ଶରୀର ପ୍ରତି ନିହାତି ଦରକାର । ଭାରତରେ ମିଳୁଥିବା ଖିର ଆମେରିକା ଖିର ତୁଳନାରେ ଯଥେଷ୍ଟ ଉପାଦେୟ ।

ଭାରତରେ ବହୁ ଭାଷାଭାଷୀ ଲୋକ ରହୁଥିବାରୁ ଇଂରାଜୀ ସହିତ ହିନ୍ଦୀ ଓ ତା’ ସାଙ୍ଗକୁ ଆଂଚଳିକ ଭାଷା ଶିଖିବାର ସୁଯୋଗ ରହିଛି ବୋଲି କ୍ରିଷ୍ଟେନ୍‌ କହନ୍ତି । ଆମେରିକା ବିଦ୍ୟାଳୟରେ ଗୋଟିଏ ଭାଷାରେ ପଢ଼ାଯାଏ ।