ଡିଏଲ୍‌ ଲାଗି ଆରଟିଓରେ ଦେବାକୁ ପଡ଼ିବନି ଡ୍ରାଇଭିଂ ଟେଷ୍ଟ

ନୂଆଦିଲ୍ଲୀ : ବଦଳିଲା ନିୟମ । ଏଣିକି ଡିଏଲ ଲାଗି ଆରଟିଓରେ ଦେବାକୁ ପଡିବନି ଡ୍ରାଇଭିଂ ଟେଷ୍ଟ । ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଲୋକଙ୍କୁ ବହୁ ଅସୁବିଧା ହେଉଥିଲା । କିନ୍ତୁ ଡିଏଲ ପାଇବା ଲାଗି ସରକାର ସମସ୍ତ ପ୍ରକ୍ରିୟାକୁ ସରଳ କରିବା ପାଇଁ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ଯେଉଁଠାରେ ଆଶାୟୀଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଡ୍ରାଇଭିଂ ଟ୍ରେନିଂ ଦିଆଯିବ । ସେଠାରୁ ଥରେ ପାସ୍‌ କରିବା ପରେ ଆଉଥରେ ତାଙ୍କୁ ଡିଏଲ ନେବାବେଳେ ଆରଟିଓରେ ଡ୍ରାଇଭିଂ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ନୂଆ ନିୟମ ଅନୁସାରେ ମାନ୍ୟତାପ୍ରାପ୍ତ ସେଣ୍ଟରରେ ଡିଏଲ ଆବେଦକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ସିମୁଲେଟର ସହିତ ଡେଡିକେଟେଡ ଡ୍ରାଇଭିଂ ଟେଷ୍ଟ ଟ୍ରାକର ସୁବିଧା ଉପଲବ୍ଧ ରହିବ । ସେଠାରେ ଆବେଦକଙ୍କୁ ଭଲ ଭାବେ ଡ୍ରାଇଭିଂ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ କେନ୍ଦ୍ରରେ ହାଲକା ମୋଟର ଯାନ ପାଇଁ ଡ୍ରାଇଭିଂ ପାଠ୍ୟକ୍ରମ ଅବଧି ୪ ସପ୍ତାହ ମଧ୍ୟରେ ଧାର୍ଯ୍ୟ କରିଛି ପରିବହନ । ୪ ସପ୍ତାହରେ ଡ୍ରାଇଭିଂ ଶିଖିବା ସହ ଆବେଦକ ପରୀକ୍ଷା ଦେବେ । ପରୀକ୍ଷାରେ ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ ସାମିଲ ରହିବ ବୋଲି ଜଣାପଡ଼ିଛି । ସେହିପରି ଭାରୀ ଯାନ ଲାଗି ୬ ସପ୍ତାହ ରଖାଯାଇଛି । ଏଥିରେ ମଧ୍ୟ ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ୍‌ ଦିଆଯିବାକୁ ଥିବା ବେଳେ ରାଜ୍ୟ ବାହାରେ ଥିବା ରାସ୍ତାରେ ଗାଡ଼ି ଚଳାଇବାକୁ ନେଇ ବ୍ୟବହାର ଏବଂ କିଛି ଶିକ୍ଷଣୀୟ ତଥ୍ୟ ଡ୍ରାଇଭରଙ୍କୁ ଟ୍ରେନିଂ ଦିଆଯିବ ।