ଜମ୍ମୁ-କାଶ୍ମୀରରେ ଭୂମକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶୀ୍ମରର କାଶ୍ମୀର ଘାଟି ଓ ଜମ୍ମୁ ସମ୍ବାଗରେ ୨୦ ସେକେଣ୍ଡ ଧରି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମେ ଭୂକମ୍ପର ଘଟଣା ଜମ୍ମୁ-କଶ୍ମୀରରେ ଅନୁଭୂତ ହୋଇଥିଲା। ଏହାପରେ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଝଟକା ଅନୁଭବ କରିଥିବା କହିଛନ୍ତି। ଘଟଣା ପରେ ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ି ଯିବା ସହ ଦୀର୍ଘ ସମୟ ଧରି ସେଠାରେ ଅପେକ୍ଷା କରିଥିଲା।

ଜମ୍ମୁରେ ଭୂମିକମ୍ପର ତୀବ୍ରତା ୫.୭ ଥିଲା । ଏଠାରେ ପ୍ରଭାବ ଅଧିକ ଅନୁଭୂତ ହୋଇଥିଲେ ବି କୌଣସି କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ । ଭୁମିକମ୍ପର କେନ୍ଦ୍ର ସ୍ଥଳ ଆଫଗାନିସ୍ତାନର ତାଜିକିସ୍ତାନ ବୋଲି ଜଣାପଡିଛି । ଏହା ପୂର୍ବରୁ ଜାନୁଆରୀ ୧୪ ତାରିଖରେ ମଧ୍ୟ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା। ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ତାଜିକିସ୍ତାନର ସୀମା ବୋଲି ଜଣାପଡିଥିଲା ।