ଆଜିଠାରୁ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ

ଭୁବନେଶ୍ୱର: ଆଜି ପବିତ୍ର ମାଘ ଶୁକ୍ଲପକ୍ଷ ପଞ୍ଚମୀ। ଏ ତିଥିରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ । ଶ୍ରୀ ପଞ୍ଚମୀ ଅବସରରେ ଶ୍ରମନ୍ଦିରରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏଥି ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରର ଆଜି ହେଉଛି ପ୍ରଥମ ପର୍ବ ।

ପରମ୍ପରା ଓ ସଂସ୍କୃତି ଅନୁଯାୟୀ, ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଆଜି ଅନୁକୁଳ ହେବ । ଏଥିଲାଗି ଗତକାଲି ରଥଖଳାକୁ ପରିସ୍କାର କରାଯିବ ସହ ୩ରଥର ୩ଟି ଧଉରା କାଠକୁ ରଖାଯାଇଛି ।