ଆସାମର ଦିମା ହସାଓ ଜିଲ୍ଲାରେ ଭୂକମ୍ପ ଝଟ୍‌କା

ଦିଶପୁର(ଏସ୍ ନ୍ୟୁଜ): ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ମିନିଟ୍ ରେ ଆସାମ ଦିମା ହସାଓ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୨ ରହିଛି ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଏନେଇ ସ୍ପଷ୍ଟ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।ଏହା ପୂର୍ବରୁ ବୁଧବାର ସନ୍ଧ୍ୟା ୭ଟା ୩ମିନିଟ୍ ରେ ଦିଲ୍ଲୀ ନିକଟ ନୋଏଡାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୨.୯ ରହିଥିଲା । ସୋମବାର ସନ୍ଧ୍ୟାରେ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।