ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଶନିବାର ସକାଳ ପ୍ରାୟ ୫ଟା ୩ ମିନିଟରେ ଉତ୍ତରଖଣ୍ଡରେ ଭୂକମ୍ପ ଝଟକା ହୋଇଥିଲା । ଏହି ଭୂକମ୍ପ ଝଟକା ରିକ୍ଟର ସ୍କେଲରେ ୪.୧ ତିବ୍ରତା ରେକର୍ଡ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ କୌଣସି କ୍ଷୟକ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ଖବର ଅନୁଯାୟୀ ଉତ୍ତରକାଶୀ ଜିଲ୍ଲାର ୩୯ କି.ମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛ । ତେବେ ଭୂକମ୍ପର ଝଟକା ଅନୁଭୂତ ହେବା କ୍ଷଣି ଲୋକମାନେ ଘରୁ ବାହାରି ବାହାରକୁ ପଳାଇ ଆସିଥିଲେ । ହେଲେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।