ଶ୍ରେୟସଙ୍କୁ ୧୨.୨୫ କୋଟିରେ କିଣିଲା କେକେଆର

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ମେଗା ନିଲାମ ପ୍ରକ୍ରିୟା ଜାରି ରହିଛି । ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ଅଧିକ ଦାମରେ ଶ୍ରେୟସ ନିଲାମ ହୋଇଛନ୍ତି । ପୂର୍ବଥର ଶ୍ରେୟସଙ୍କୁ ଦିଲ୍ଲୀ ୭ କୋଟି ଟଙ୍କାରେ ରିଟେନ୍‌ କରିଥିଲା ।

ଅନ୍ୟପକ୍ଷରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ସହ ଟକ୍କର ହୋଇଥିଲା । ଶେଷରେ କୋଲକାତା ୧୨ କୋଟି ୨୫ ଲକ୍ଷରେ ଆୟରଙ୍କୁ କିଣିଥିଲା । ସେ ଚଳିସ ସିଜିନର ସବୁଠାରୁ ଦାମୀ କ୍ରିକେଟର ମଧ୍ୟରୁ ଜଣେ ବୋଲି କୁହାଯାଉଛି । ସେହିପରି ଅନେକ ଫ୍ରାଞ୍ଚାଇଜ୍‌ ତାଙ୍କୁ ଦଳରେ ନେବାକୁ ଚେଷ୍ଟା କରିଥିଲେ ।