ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’ ପ୍ରେମ ସପ୍ତାହର ଖାସ୍ ଦିନ

ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ ଓ୍ୱିକ୍ ମଧ୍ୟରେ ବିଶେଷ ଦିନ ହେଉଛି ଭାଲେଣ୍ଟାଇନ୍ସ ଡେ’। ଏ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହୀତ ଦେଖାଦେଇଛି । ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’ ପ୍ରେମ ସପ୍ତାହର ଖାସ୍ ଦିନ ଯାହାକି ପ୍ରେମୀ ଯୁଗଳ ମାନେ ଅଧିକନ୍ତୁ ଭଲଭାବରେ ଦିନକୁ ଖାସ୍ କରି ପାଳନ କରିଥାନ୍ତି ।

ପ୍ରେମିକା ପ୍ରେମିକମାନେ ଉତ୍ସାହର ସହ ଏହି ସପ୍ତାହକୁ ପାଳନ କରିବା ପାଇଁ ଲାଗିପଡ଼ିଥାନ୍ତି । ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ସୋମବାର ରୋଜ ଡେ ଠାରୁ ପାଳନ ହେଉଛି ଏହିଦିନ । ଏଥିପାଇଁ ବିଭିନ୍ନ ଫୁଲ ଦୋକାନରେ ଦେଖିବାକୁ ମିଳିଛି ଭିଡ । ବିଶେଷକରି କାର୍ଡ ଓ ଗିଫ୍ଟ ଦୋକାନଗୁଡିକରେ ମଧ୍ୟ ଭିଡ ବି ଲାଗିଛି ।

ସେହିପରି ଅର୍ଥାତ୍ ଫେବୃୟାରୀ ୮କୁ ପ୍ରପୋଜ୍‌ ଡେ, ୯ରେ ଚକୋଲେଟ୍‌ ଡେ, ୧୦ରେ ଟେଡି ଡେ, ୧୧ରେ ପ୍ରମିଜ୍‌ ଡେ, ୧୨ରେ ହଗ୍‌ ଡେ, ୧୩ରେ କିସ୍‌ ଡେ ଓ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ଭାବେ ପାଳନ କରାଯାଏ । ନିଜ ମନର ମଣିଷ ପାଇଁ ଏହି ଦିନକୁ ଖାସ୍ କରିବାକୁ ପ୍ରେମୀଯୁଗଳ ବେଶ ସରାଗର ସହ ପାଳନ କରିଥାନ୍ତି । କେବଳ ପ୍ରେମିକା ପ୍ରେମିକ ନୁହେଁ ବରଂ ବିବାହିତ କପଲ ବି ଏହାକୁ ପାଳନ କରିଥାନ୍ତି ।