ନିର୍ବାଚନ ଲାଗି ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ବଢିଲା କଟକଣା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ନିର୍ବାଚନୀ ରାଲି ଓ ରୋଡସୋ ଉପରେ ନିର୍ବାଚନ ଆୟୋଗ ଲଗାଇଥିବା କଟକଣାକୁ ଆସନ୍ତା ମାସ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ କଟକଣାକୁ କିଛିଟା କୋହଳ କରାଯାଇଛି । ପୂର୍ବରୁ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବାକୁ ୧୦ ଜଣଙ୍କୁ ଅନୁମତି ଥିବାବେଳେ ଏବେ ୨୦ ଜଣକୁ ବଢାଯାଇଛି । ସେହିପରି ପୂର୍ବରୁ ୫୦୦ ଜଣଙ୍କୁ ନେଇ ସଭା କରିବାକୁ ଅନୁମତି ଥିବାବେଳେ ଏବେ ୧୦୦୦ ଲୋକଙ୍କୁ ନେଇ ସଭା କରିବାକୁ ଅନୁମତି ଦିଆଯାଇଛ ।

ତେବେ ଏହି ସମସ୍ତ ସଭା ଓ ନିର୍ବାଚନୀ ପ୍ରଚାର କରିବାବେଳେ କୋଭିଡ ଗାଇଡ ଲାଇନ କଡା କଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆସନ୍ତା ମାସ ୧୧ ପର୍ଯ୍ୟନ୍ତ କୌଣସି ରୋଡ ସୋ ଓ ବାଇକ ରାଲିକୁ ଅନୁମତି ନାହିଁ । ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୧୦ରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ।