ବିଷାକ୍ତ ମଦ ପିଇ ୧୧ ମୃତ, ୭ ଅସୁସ୍ଥ

ଭୋପାଳ (ଏସ୍ ନ୍ୟୁଜ):ମଧ୍ୟପ୍ରଦେଶର ମୋରେନାଠାରେ  ବିଷାକ୍ତ ମଦ ପିଇ ୧୧ ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ମୃତକ ମାନେ  ଦୁଇଟି ଅଲଗା ଅଲଗା ଗ୍ରାମର ଅଧିବାସୀ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୁନାବଲି ଥାନା ଅଧିନସ୍ଥ ପହାବଲୀ ଗାଁରେ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ବାଗଚିନି ଅଞ୍ଚଳର ମାନପୁର ଗାଁରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।