ଦ୍ୱିତୀୟ ବିବାହ କରିବେ ଫରହାନ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଫରହାନ ଅଖତର ଆସନ୍ତା ୨୧ତାରିଖରେ ତାଙ୍କ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏନେଇ ଫରହାନଙ୍କ ପିତା ଜାଭେଦ ଅଖତର ସୂଚନା ଦେଇଛନ୍ତି । ଏହି ବିବାହ ଜାଭେଦ ଅଖତରଙ୍କ ଖଣ୍ଡାଲା ଫାର୍ମ ହାଉସରେ ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଫରହାନ ଓ ଶିବାନୀ ୩ ବର୍ଷ ହେବ ଡେଟରେ ଅଛନ୍ତି । ଜାଭେଦ ଅଖତର ବିବାହକୁ ନେଇ କହିଛନ୍ତି ଯେ ହଁ ବିବାହ ହେଉଛି । ବିବାହର ସମସ୍ତ ପ୍ରସ୍ତୁତି ଉପରେ ୱେଡିଙ୍ଗ ପ୍ଲାନର ଧ୍ୟାନ ଦେଉଛନ୍ତି । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ବଡ ଆକାରର କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବୁ ନାହିଁ ବୋଲି ସୂଚନା ଦେଇଛନ୍ତି ।