ନୂଆଦିଲ୍ଲୀ: ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକେୟତଙ୍କ ଉପରକୁ କାଳି ଫିଙ୍ଗାଯାଇଛି । ବାଙ୍ଗାଲୁରୁର ଗାନ୍ଧୀ ଭବନରେ ଟିକେୟତ ଏକ ପ୍ରେସ କନଫ୍ରେନ୍ସ କରୁଥିବା ସମୟରେ ଏହି ଘଟଣା ଘଟିଛି । କାଳି ଫିଙ୍ଗିଥିବା ଲୋକକୁ ପୁଲିସ କାବୁ କରିଛି । ହଠାତ୍ ଘଟିଥିବା ଏହି ଘଟଣାରେ ଟିକେୟତଙ୍କ ମୁହଁ, ପୋଷାକ ଓ ପଗଡୀରେ କାଳି ପଡିଥିଲା । ଅଭିଯୁକ୍ତ ଜଣକ ଏହି ସମୟରେ ଧକ୍କା ମାରିବା ସହ ଚେୟାର ମଧ୍ୟ ଭାଙ୍ଗିଥିବା ଜଣାପଡିଛି ।