ଶିଖ ଶ୍ରଦ୍ଧାଳୁଙ୍କୁ ପାକ୍‌ର ଆତିଥ୍ୟ ଗ୍ରହଣ ନକରିବାକୁ ପରାମର୍ଶ

Sikh devotees advised not to accept Pak…

ଚଣ୍ଡୀଗଡ଼ : ପାକିସ୍ତାନ ଯାଉଥିବା ଶିଖ ଶ୍ରଦ୍ଧାଳୁଙ୍କୁ ଏହିଥର ସେଠାର ଅଧିକାରୀଙ୍କ ଦ୍ୱାରା ଦିଆଯାଉଥିବା ଭୋଜନ ତଥା ପାର୍ଟିରୁ ଦୂରରେ ରହିବା ଦରକାର । ଏହି ମର୍ମରେ ଏକ ପତ୍ର ଗୃହ ମନ୍ତ୍ରାଳୟ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ପଠାଇଛି ।

ଏହି ପତ୍ରରେ ଲେଖାଯାଇଛି ଯେ, ପଞ୍ଜାବର ସିଖ ଶ୍ରଦ୍ଧାଳୁଙ୍କୁ ପାକିସ୍ତାନ ଯିବା ପୂର୍ବରୁ ଏ ସମ୍ପର୍କରେ ସଚେତନ କରନ୍ତୁ । ଗୃହ ମନ୍ତ୍ରାଳୟ କହିଛି ଯେ ପଞ୍ଜାବ ଅଥବା ଭାରତରୁ ପାକିସ୍ତାନ ଯାଉଥିବା ଶ୍ରଦ୍ଧାଳୁ ପାକିସ୍ତାନରେ କୌଣସି ବି ଅଧିକାରୀ ବା ପାକିସ୍ତାନୀ ନାଗରିକଙ୍କ ଆତିଥ୍ୟ ଗ୍ରହଣ ନ କରନ୍ତୁ ।